ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା: ଜାରିଙ୍ଗ ନର୍ସରୀରେ ତଦନ୍ତ ଆରମ୍ଭ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ ସ୍ଥାନୀୟ ଡିଏଫ୍‌ଓଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ମାମଲାର ତଦନ୍ତ ଦାୟିତ୍ୱ ଜଣେ ସିସିଏଫ ର଼୍ୟାଙ୍କ ଅଧିକାରୀଙ୍କୁ ଦିଆଯାଇଛି। ଏ ନେଇ ଗତ ୨୩ ତାରିଖ ସୂଚନା ଦେଇଥିଲେ ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ। ଏହାର ୬ଦିନ ପରେ ରବିବାର ତଦନ୍ତ ଦାୟିତ୍ୱରେ […] The post ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା: ଜାରିଙ୍ଗ ନର୍ସରୀରେ ତଦନ୍ତ ଆରମ୍ଭ appeared first on Dharitri Odia News.

ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା: ଜାରିଙ୍ଗ ନର୍ସରୀରେ ତଦନ୍ତ ଆରମ୍ଭ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ ସ୍ଥାନୀୟ ଡିଏଫ୍‌ଓଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ କରିଛି ବନ ବିଭାଗ।

ମାମଲାର ତଦନ୍ତ ଦାୟିତ୍ୱ ଜଣେ ସିସିଏଫ ର଼୍ୟାଙ୍କ ଅଧିକାରୀଙ୍କୁ ଦିଆଯାଇଛି। ଏ ନେଇ ଗତ ୨୩ ତାରିଖ ସୂଚନା ଦେଇଥିଲେ ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ। ଏହାର ୬ଦିନ ପରେ ରବିବାର ତଦନ୍ତ ଦାୟିତ୍ୱରେ ଥିବା ସିସିଏଫ୍‌ ଜାରିଙ୍ଗ ହାଇଟେକ ନର୍ସରୀକୁ ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ସେ ସ୍ଥାନୀୟ ଗାର୍ଡ, ଫରେଷ୍ଟରଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କାଗଜପତ୍ର ମଧ୍ୟ ଯାଞ୍ଚ କରିଥିବା ଜଣାପଡିଛି।

The post ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା: ଜାରିଙ୍ଗ ନର୍ସରୀରେ ତଦନ୍ତ ଆରମ୍ଭ appeared first on Dharitri Odia News.