ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେତେ ବଢ଼ିଲା…

ନୂଆଦିଲ୍ଲୀ,୧ା୯:  ନୂଆ ମାସର ପ୍ରଥମ ଦିନରେ ସାଧାରଣ ଲୋକମାନେ ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍‌କା ଟକା ପାଇଛନ୍ତି। ସରକାରୀ ତୈଳ ଏବଂ ଗ୍ୟାସ୍‌ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ରୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପରେ ୧୯ କେଜି କମର୍ସିଆଲ ସିଲିଣ୍ଡର ମହଙ୍ଗା ହୋଇଛି। ତେବେ ଖୁସିର କଥା କି ଘରୋଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ କୌଣସି ବି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର ଦର […] The post ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେତେ ବଢ଼ିଲା… appeared first on Dharitri Odia News.

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେତେ ବଢ଼ିଲା…

ନୂଆଦିଲ୍ଲୀ,୧ା୯:  ନୂଆ ମାସର ପ୍ରଥମ ଦିନରେ ସାଧାରଣ ଲୋକମାନେ ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍‌କା ଟକା ପାଇଛନ୍ତି। ସରକାରୀ ତୈଳ ଏବଂ ଗ୍ୟାସ୍‌ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ରୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପରେ ୧୯ କେଜି କମର୍ସିଆଲ ସିଲିଣ୍ଡର ମହଙ୍ଗା ହୋଇଛି। ତେବେ ଖୁସିର କଥା କି ଘରୋଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟରେ କୌଣସି ବି ପରିବର୍ତ୍ତନ ହୋଇନାହିଁ।

ଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର ଦର ୧୬୯୧.୫୦ ପଇସାକୁ ବୃଦ୍ଧି ହୋଇଛି। ସିଲିଣ୍ଡିର ପିଛା ୩୯ ଟଙ୍କା ବଢ଼ିଛି। ଏହାପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ୧୯ କିଲୋଗ୍ରାମ କମର୍ସିଆଲ ବା ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୮-୯ ଟଙ୍କା ବୃଦ୍ଧି କରାଯାଇଥିଲା। ଅର୍ଥାତ୍‌ କ୍ରମାଗତ ଦ୍ୱିତୀୟ ମାସ ପାଇଁ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି।

ଦର ବୃଦ୍ଧି ପରେ ଆଜିଠାରୁ କୋଲକାତାରେ ୧୮୦୨.୫୦ ପଇସାରେ ଗ୍ୟାସ୍‌ ସିଲିଣ୍ଡର ଉପଲବ୍ଧ ହେବ। ସେହିପରି ମୁମ୍ବାଇର ଲୋକଙ୍କୁ ବର୍ତ୍ତମାନ ଏହି ବଡ଼ ସିଲିଣ୍ଡର ପାଇଁ ୧୬୪୪ ଟଙ୍କା ଦେବାକୁ ପଡ଼ିବ ଏବଂ ଚେନ୍ନାଇରେ ଏହାର ମୂଲ୍ୟ ବର୍ତ୍ତମାନ ୧୮୫୫ ଟଙ୍କାରେ ବିକ୍ରି ହେବ।

ସୂଚନାଯୋଗ୍ୟ, ମାର୍ଚ୍ଚରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେତେବେଳେ ମହିଳା ଦିବସ ୮ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ୭ ମାର୍ଚ୍ଚରେ ମୋଦି ସରକାର ଏଲ୍‌ପିଜି ସିଲିଣ୍ଡର ପ୍ରସଙ୍ଗରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ। ତା’ପରେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୩୦୦ ଟଙ୍କା ସବ୍‌ସିଡି ଦେବାକୁ କ୍ୟାବିନେଟ୍‌ ଘୋଷଣା କରିଥିଲେ। ସେବେଠାରୁ ୧୪ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

The post ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେତେ ବଢ଼ିଲା… appeared first on Dharitri Odia News.