ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ସରପଞ୍ଚଙ୍କ ସ୍ବାମୀଙ୍କୁ ମାଡ଼ ମାରି ବନ୍ଧାହେଲେ ବ୍ଲକ ଅଧ୍ୟକ୍ଷ
ପାଟଣାଗଡ,୧।୯: ପାଟଣାଗଡ଼ ବିଡିଓଙ୍କ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ସହ ତାଙ୍କର ୪ଜଣ ସହଯୋଗୀ ମରୁଆଁ ସରପଞ୍ଚଙ୍କ ସ୍ବାମୀ ସ୍ବରୂପ ପରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ରବିବାର ବ୍ଲକ ଅଧ୍ୟକ୍ଷ ବାଗଙ୍କୁ ଗିରଫ କରିଥିବା ଜଣାପଡିଛି। ଶନିବାର ଅପରାହ୍ନରେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହ ଯାଇଥିବା ରଞ୍ଜିତ କୁମ୍ଭାର ଓ ଶିଶୁଦେବ ପଟେଲ କୌଣସି କାମକୁ ନେଇ ବିଡିଓଙ୍କ ସହ ଆଲୋଚନା କରୁଥିଲେ […] The post ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ସରପଞ୍ଚଙ୍କ ସ୍ବାମୀଙ୍କୁ ମାଡ଼ ମାରି ବନ୍ଧାହେଲେ ବ୍ଲକ ଅଧ୍ୟକ୍ଷ appeared first on Dharitri Odia News.
ପାଟଣାଗଡ,୧।୯: ପାଟଣାଗଡ଼ ବିଡିଓଙ୍କ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ସହ ତାଙ୍କର ୪ଜଣ ସହଯୋଗୀ ମରୁଆଁ ସରପଞ୍ଚଙ୍କ ସ୍ବାମୀ ସ୍ବରୂପ ପରୁଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ରବିବାର ବ୍ଲକ ଅଧ୍ୟକ୍ଷ ବାଗଙ୍କୁ ଗିରଫ କରିଥିବା ଜଣାପଡିଛି।
ଶନିବାର ଅପରାହ୍ନରେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହ ଯାଇଥିବା ରଞ୍ଜିତ କୁମ୍ଭାର ଓ ଶିଶୁଦେବ ପଟେଲ କୌଣସି କାମକୁ ନେଇ ବିଡିଓଙ୍କ ସହ ଆଲୋଚନା କରୁଥିଲେ । ଏହି ସମୟରେ ବ୍ଲକ ଅଧ୍ୟକ୍ଷ ନୀଳାକାନ୍ତ ବାଗ, ରିଙ୍କୁ ମେହେର, ଜୟଚନ୍ଦ୍ର ନାଗ, ମାଧବ ବାଗ ଓ ଜୟନ୍ତ କୁମ୍ଭାର କାର୍ଯ୍ୟାଳୟକୁ ଆସି ସ୍ବରୂପଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ।
ଅପରପକ୍ଷରେ ଜୟଚନ୍ଦ୍ର ନାଗଙ୍କ ଅଭିଯୋଗ ଅନୁସାରେ ସରପଞ୍ଚଙ୍କ ସ୍ବାମୀ ଅନେକ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବାରୁ ଏହାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଟଣାଗଡ଼ ଥାନରେ ଲିଖିତ ଅଭିଯୋଗ ପରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ମାଧବ ବାଗଙ୍କୁ ଥାନାରେ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା। ଜୟଚନ୍ଦ୍ର ବାଗ ମଧ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ ସହିତ ଗାଳିଗୁଲଜ ହୋଇଥିବା ନେଇ ଥାନରେ ପାଲଟା ଅଭିଯୋଗ କରିଥିଲେ ।
ଆକ୍ରମଣକୁ ନେଇ ଭାଜପା ଓ ବିଜେଡି କର୍ମୀ ମୁହାଁ ମୁହିଁ ହୋଇଥିଲେ l ରବିବାର ବ୍ଲକ ଆଧ୍ୟକ୍ଷଙ୍କ ସମେତ ଦୁଇ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଥାନା ପକ୍ଷରୁ କୁହାଯାଇଛି।
The post ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ସରପଞ୍ଚଙ୍କ ସ୍ବାମୀଙ୍କୁ ମାଡ଼ ମାରି ବନ୍ଧାହେଲେ ବ୍ଲକ ଅଧ୍ୟକ୍ଷ appeared first on Dharitri Odia News.