ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ
ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣ ଭାରତୀୟ ଏବଂ ୧ ଜଣ ଶ୍ରୀଲଙ୍କାର ନାଗରିକ ଅଟନ୍ତି। ସେହିଭଳି ନିଖୋଜ ଥିବା ୭ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଭାରତୀୟ […] The post ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୭ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରୁ ୮ ଜଣ ଭାରତୀୟ ଏବଂ ୧ ଜଣ ଶ୍ରୀଲଙ୍କାର ନାଗରିକ ଅଟନ୍ତି। ସେହିଭଳି ନିଖୋଜ ଥିବା ୭ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଭାରତୀୟ ଏବଂ ୨ ଜଣ ଶ୍ରୀଲଙ୍କାର, ଯେଉଁମାନଙ୍କର ସନ୍ଧାନ ଚାଲିଛି।
ଓମାନ ଉପସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ତୈଳବାହୀ ଜାହାଜର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ଏହାର ଯୁଦ୍ଧଜାହାଜ ଆଇଏନ୍ଏସ୍ ତେଗ୍ ଓ ଅନ୍ୟାନ୍ୟ ଉପକରଣ ଲଗାଇଛି। ସମୁଦ୍ରରେ ଓଲଟି ପଡ଼ିଥିବା ପ୍ରେଷ୍ଟିଜ୍ ଫାଲ୍କନ୍ ନାମକ ଏହି ଜାହାଜରେ ୧୩ ଭାରତୀୟଙ୍କ ସମେତ ୧୬ ଜଣ ନାବିକ ଥିଲେ। ଗତ ୧୫ ତାରିଖ ସନ୍ଧ୍ୟାରେ ରାସ୍ ମାଡ୍ରାକାହ ଓମାନ୍ର ଦକ୍ଷିଣପୂର୍ବରେ ୨୫ ନଟିକାଲ ମାଇଲ୍ ଦୂରରେ ଏହି ଦୁର୍ଘଟଣା ଘଟିଥିଲା।
ଓମାନ ଉପକୂଳରେ ବୁଡ଼ି ଯାଇଥିବା କୋମୋରୋସ୍ ଫ୍ଲାଗ୍ କାର୍ଗୋ ଜାହାଜର ନାମ ଏମଟି ଫାଲକନ୍ ପ୍ରେଷ୍ଟିଜ୍, ଯାହା ଜୁଲାଇ ୧୪ ରେ ରାତି ପ୍ରାୟ ୧୦ ଟା ସମୟରେ ଓମାନ ଉପକୂଳକୁ ସଂକଟରେ ଥିବା ସୂଚନା ପଠାଇଥିଲା। ଓମାନରେ ଥିବା ଭାରତୀୟ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଜାହାଜର ବୁଡ଼ିଯିବା ବିଷୟରେ ସୂଚନା ପାଇବା ମାତ୍ରେ ଓମାନ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନାବିକମାନଙ୍କ ପାଇଁ ସର୍ଚ୍ଚ ଓ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା। ଜୁଲାଇ ୧୫ ରୁ ଭାରତୀୟ ନୌସେନା ମଧ୍ୟ ସର୍ଚ୍ଚ ଓ ଉଦ୍ଧାର କାର୍ୟ୍ୟରେ ଯୋଗ ଦେଇଥିଲା।
The post ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ appeared first on Dharitri Odia News.