‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ। ୧୮ ମାସରେ ଚିଟ୍‌ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ। ଆଉ ଲୋକଙ୍କୁ ପଇସା ଫେରାଇବୁ। ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ। ବିଜେଡି ସରକାର ରାମ ଉତ୍ସବରେ ଯୋଗଦେବାରେ ବାଧା ଦେଲେ। ମୋଦି ଦେଶକୁ ସୁରକ୍ଷିତ, ସମୃଦ୍ଧ ବନାଇଛନ୍ତି। ଆଗାମୀ ୨୫ ବର୍ଷ, ଭାରତର ୨୫ […] The post ‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’ appeared first on Dharitri Odia News.

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ ପଢ଼ାଇବୁ। ୧୮ ମାସରେ ଚିଟ୍‌ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ। ଆଉ ଲୋକଙ୍କୁ ପଇସା ଫେରାଇବୁ। ଓଡ଼ିଶାର ୧୫ ଲକ୍ଷ ଗରିବଙ୍କୁ ଆମେ ଘର ଦେବୁ।

ବିଜେଡି ସରକାର ରାମ ଉତ୍ସବରେ ଯୋଗଦେବାରେ ବାଧା ଦେଲେ। ମୋଦି ଦେଶକୁ ସୁରକ୍ଷିତ, ସମୃଦ୍ଧ ବନାଇଛନ୍ତି। ଆଗାମୀ ୨୫ ବର୍ଷ, ଭାରତର ୨୫ ବର୍ଷ ହେବ। ଓଡ଼ିଶାବାସୀ ନବୀନ ବାବୁଙ୍କୁ ବହୁତ ସହିଲେଣି। ନବୀନ ବାବୁ କିଛି କରୁନାହାନ୍ତି, ତାଙ୍କ ବାବୁମାନେ ଶାସନ କରୁଛନ୍ତି । ଭାଜପା ଆସିଲେ ଓଡ଼ିଶାର ସନ୍ତାନ ଶାସନ କରିବେ, ବାବୁ ନୁହେଁଭାଜପାକୁ ବିଜୟୀ କରାନ୍ତୁ, ସମୃଦ୍ଧ ଓ ସ୍ବାଭିମାନୀ ଓଡ଼ିଶା ବନାନ୍ତୁ।

The post ‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’ appeared first on Dharitri Odia News.