୪ ଦିନ ହେଲା ଭଡ଼ା ନେଇ ରହିଥିଲେ: ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ, ସମ୍ପର୍କୀୟ କହିଲେ…

ସାଲେପୁର,୭।୬: କଟକ ଜିଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ-ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗାଁର କ୍ଷୀରୋଦ ଲେଙ୍କାଙ୍କ ଘରେ ଗତ ୪ ଦିନ ହେବ ସାଲେପୁର ମାଛୁଆତି ଅଞ୍ଚଳର ଚିନ୍ମୟୀ ଭୋଇ ଜଣେ ଯୁବତୀଙ୍କ ସହ ଘର ଭଡା ନେଇ ରହୁଥିଲେ। ହେଲେ ଶନିବାର ଘରୁ ଯୁବତୀ-ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ଏହି […] The post ୪ ଦିନ ହେଲା ଭଡ଼ା ନେଇ ରହିଥିଲେ: ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ, ସମ୍ପର୍କୀୟ କହିଲେ… appeared first on Dharitri Odia News.

୪ ଦିନ ହେଲା ଭଡ଼ା ନେଇ ରହିଥିଲେ: ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ, ସମ୍ପର୍କୀୟ କହିଲେ…

ସାଲେପୁର,୭।୬: କଟକ ଜିଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ-ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ଗାଁର କ୍ଷୀରୋଦ ଲେଙ୍କାଙ୍କ ଘରେ ଗତ ୪ ଦିନ ହେବ ସାଲେପୁର ମାଛୁଆତି ଅଞ୍ଚଳର ଚିନ୍ମୟୀ ଭୋଇ ଜଣେ ଯୁବତୀଙ୍କ ସହ ଘର ଭଡା ନେଇ ରହୁଥିଲେ। ହେଲେ ଶନିବାର ଘରୁ ଯୁବତୀ-ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ମୃତକଙ୍କ ସମ୍ପର୍କୀୟ ପ୍ରେମ ସମ୍ପର୍କରୁ ଏଭଳି କରୁଣ ପରିସ୍ଥିତି ବୋଲି କହିଛନ୍ତି। ଯୁବତୀ ଜଣକ ରାଇସୁଙ୍ଗଡ଼ାରେ ANM ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।

ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

The post ୪ ଦିନ ହେଲା ଭଡ଼ା ନେଇ ରହିଥିଲେ: ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ, ସମ୍ପର୍କୀୟ କହିଲେ… appeared first on Dharitri Odia News.