ଗିଲ୍‌, ସୁନ୍ଦର, ଜାଡେଜାଙ୍କ ଶତକ: ଚତୁର୍ଥ ଟେଷ୍ଟ ଡ୍ର

ମାଞ୍ଚେଷ୍ଟର,୨୭।୭: ଅଧିନାୟକ ଶୁବମନ ଗିଲ୍‌, ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦରଙ୍କ ଶତକ ବଳରେ ଭାରତ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟକୁ ଡ୍ର ରଖିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୩୧୧ ରନରେ ପଛୁଆ ଥିବା ଭାରତ ଦ୍ୱିତୀୟ ଇନିଂସରେ ଏକଦା ବିନା ରନରେ ୨ଟି ଉଇକେଟ ହରାଇ ବିପଦରେ ପଡ଼ିଥିବା ବେଳେ ଚାପର ସଫଳ ମୁକାବିଲା କରି ୫ମ ଦିବସ ଖେଳ ଶେଷ ବେଳକୁ ୪ ଉଇକେଟ ହରାଇ ୪୨୫ ରନ […] The post ଗିଲ୍‌, ସୁନ୍ଦର, ଜାଡେଜାଙ୍କ ଶତକ: ଚତୁର୍ଥ ଟେଷ୍ଟ ଡ୍ର appeared first on Dharitri Odia News.

ଗିଲ୍‌, ସୁନ୍ଦର, ଜାଡେଜାଙ୍କ ଶତକ: ଚତୁର୍ଥ ଟେଷ୍ଟ ଡ୍ର

ମାଞ୍ଚେଷ୍ଟର,୨୭।୭: ଅଧିନାୟକ ଶୁବମନ ଗିଲ୍‌, ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦରଙ୍କ ଶତକ ବଳରେ ଭାରତ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟକୁ ଡ୍ର ରଖିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୩୧୧ ରନରେ ପଛୁଆ ଥିବା ଭାରତ ଦ୍ୱିତୀୟ ଇନିଂସରେ ଏକଦା ବିନା ରନରେ ୨ଟି ଉଇକେଟ ହରାଇ ବିପଦରେ ପଡ଼ିଥିବା ବେଳେ ଚାପର ସଫଳ ମୁକାବିଲା କରି ୫ମ ଦିବସ ଖେଳ ଶେଷ ବେଳକୁ ୪ ଉଇକେଟ ହରାଇ ୪୨୫ ରନ ସଂଗ୍ରହ କରିଛି।

ଗିଲ୍‌ ୧୦୩ ରନକରି ଆଉଟ ହୋଇଥିବା ବେଳେ ଜାଡେଜା ୧୦୭ ଓ ସୁନ୍ଦର ୧୦୧ ରନ୍‌ କରି ଅପରାଜିତ ରହିଛନ୍ତି। ୫ମ ଉଇକେଟରେ ଜାଡେଜା ଓ ସୁନ୍ଦର ୨୦୩ ରନ ସଂଗ୍ରହ କରି ଇଂଲଣ୍ଡର ବିଜୟ ଆଶାରେ ପାଣି ଭରି ଦେଇଛନ୍ତି। ମ୍ୟାଚ ଡ୍ର ରହିବାରୁ ଉଭୟ ଭାରତ ଓ ଇଂଲଣ୍ଡ ୪ ପଏଣ୍ଟ ଲେଖାଏ ଭାଗ କରିଛନ୍ତି। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଛନ୍ତି। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି।

 

The post ଗିଲ୍‌, ସୁନ୍ଦର, ଜାଡେଜାଙ୍କ ଶତକ: ଚତୁର୍ଥ ଟେଷ୍ଟ ଡ୍ର appeared first on Dharitri Odia News.