ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ

ନୂଆଦିଲ୍ଲୀ,୧୯।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ଉତ୍ତର ଦାଖଲ କରିବାକୁ ସମୟ ମାଗିଛନ୍ତି। ଏହା ଉପରେ ଆବେଦନକାରୀଙ୍କ ପକ୍ଷରୁ ଇନ୍ଦିରା ଜୟସିଂହ ଯୁକ୍ତି ଦର୍ଶାଇଥିଲେ ଯେ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌ ଏବଂ ମାମଲା ଏକ ବଡ଼ ବେଞ୍ଚ ସମ୍ମୁଖରେ ପଠାଯିବା ଉଚିତ୍‌। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ […] The post ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ appeared first on Dharitri Odia News.

ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ

ନୂଆଦିଲ୍ଲୀ,୧୯।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ଉତ୍ତର ଦାଖଲ କରିବାକୁ ସମୟ ମାଗିଛନ୍ତି। ଏହା ଉପରେ ଆବେଦନକାରୀଙ୍କ ପକ୍ଷରୁ ଇନ୍ଦିରା ଜୟସିଂହ ଯୁକ୍ତି ଦର୍ଶାଇଥିଲେ ଯେ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌ ଏବଂ ମାମଲା ଏକ ବଡ଼ ବେଞ୍ଚ ସମ୍ମୁଖରେ ପଠାଯିବା ଉଚିତ୍‌। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସିଏଏ ବିଜ୍ଞପ୍ତିରେ ରହିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏପ୍ରିଲ ୯ରେ ଏହାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ୩ସପ୍ତାହ ମଧ୍ୟରେ ଜବାବ ଦେବାକୁ ପଡିବ।

ସୁପ୍ରିମକୋର୍ଟ କହିଛନ୍ତି ଯେ ୨୩୬ଟି ଆବେଦନ ମଧ୍ୟରୁ କେତେ ମାମଲାରେ ଆମେ ନୋଟିସ ଜାରି କରିଛୁ। ଆମେ ଅବଶିଷ୍ଟ ଆବେଦନ ଉପରେ ମଧ୍ୟ ନୋଟିସ ଜାରି କରୁ ଏବଂ ତାରିଖ ଦେଉ। ଅଦାଲତ କହିଛନ୍ତି ଯେ ବିଜ୍ଞପ୍ତି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଆବେଦନର ଜବାବ ଦେବାକୁ ସମୟ ମାଗିଛନ୍ତି, ଏଭଳି ପରିସ୍ଥିତିରେ ସେମାନଙ୍କୁ ସମୟ ଦିଆଯାଉ। ଆବେଦନକାରୀ କହିଛନ୍ତି ଯେ ସେହି ପରିସ୍ଥିତିରେ ବିଜ୍ଞପ୍ତିର କାର୍ଯ୍ୟକାରିତା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ।
କେନ୍ଦ୍ର ସରକାର ଏହାର ଉତ୍ତର କେବେ ଦାଖଲ କରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଉପରେ ସଲିସିଟର ଜେନେରାଲ କହିଛନ୍ତି ଯେ ସେ ଚାରି ସପ୍ତାହ ମଧ୍ୟରେ ନିଜର ଉତ୍ତର ଦାଖଲ କରିବେ। ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ୪ବର୍ଷ ୩ ମାସ ପରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଯଦି ନାଗରିକତ୍ୱ ପ୍ରଦାନ ଆରମ୍ଭ ହୁଏ, ତେବେ ଏହାକୁ ଫେରାଇବା ସମ୍ଭବ ନୁହେଁ । ଏପରି ପରିସ୍ଥିତିରେ ବିଜ୍ଞପ୍ତିଗୁଡିକ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌।

The post ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ appeared first on Dharitri Odia News.