ପହଲଗାମ୍‌ ଆକ୍ରମଣ ପରେ କଶ୍ମୀରୀ ଛାତ୍ରୀଛାତ୍ରଙ୍କ ଉପରେ ନିର୍ଯାତନା

ଶ୍ରୀନଗର,୨୪।୪: ପହଲଗାମ୍‌ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ପରେ ଦେଶର ବିଭିନ୍ନ ଭାଗରେ କଶ୍ମୀରୀ ଛାତ୍ରୀଛାତ୍ର ଟାର୍ଗେଟର ଶିକାର ହୋଇଛନ୍ତି। ସେମାନଙ୍କୁ ନିର୍ଯାତନା ଦିଆଯିବା ସହ ଗାଳି କରିବା ଓ ମାଡ଼ ମରାଯିବା ନେଇ ଜମ୍ମୁ-କଶ୍ମୀର ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଡେରାଡୁନ୍‌ରେ ରହିଥିବା କଶ୍ମୀରୀ ଛାତ୍ରୀଛାତ୍ର ବିପଦରେ ଥିବା ନେଇ ଅନେକ ଫୋନ୍‌ କଲ୍‌ ମିଳିଲାଣି। କଶ୍ମୀରୀ ମୁସଲମାନ ଛାତ୍ରୀଛାତ୍ର ଗୁରୁବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଡେରାଡୁନ୍‌ ଖାଲି କରିବା ନେଇ ହିନ୍ଦୁ […] The post ପହଲଗାମ୍‌ ଆକ୍ରମଣ ପରେ କଶ୍ମୀରୀ ଛାତ୍ରୀଛାତ୍ରଙ୍କ ଉପରେ ନିର୍ଯାତନା appeared first on Dharitri Odia News.

ପହଲଗାମ୍‌ ଆକ୍ରମଣ ପରେ କଶ୍ମୀରୀ ଛାତ୍ରୀଛାତ୍ରଙ୍କ ଉପରେ ନିର୍ଯାତନା

ଶ୍ରୀନଗର,୨୪।୪: ପହଲଗାମ୍‌ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ପରେ ଦେଶର ବିଭିନ୍ନ ଭାଗରେ କଶ୍ମୀରୀ ଛାତ୍ରୀଛାତ୍ର ଟାର୍ଗେଟର ଶିକାର ହୋଇଛନ୍ତି। ସେମାନଙ୍କୁ ନିର୍ଯାତନା ଦିଆଯିବା ସହ ଗାଳି କରିବା ଓ ମାଡ଼ ମରାଯିବା ନେଇ ଜମ୍ମୁ-କଶ୍ମୀର ଛାତ୍ର ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଡେରାଡୁନ୍‌ରେ ରହିଥିବା କଶ୍ମୀରୀ ଛାତ୍ରୀଛାତ୍ର ବିପଦରେ ଥିବା ନେଇ ଅନେକ ଫୋନ୍‌ କଲ୍‌ ମିଳିଲାଣି।

କଶ୍ମୀରୀ ମୁସଲମାନ ଛାତ୍ରୀଛାତ୍ର ଗୁରୁବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଡେରାଡୁନ୍‌ ଖାଲି କରିବା ନେଇ ହିନ୍ଦୁ ରକ୍ଷା ଦଳ ପକ୍ଷରୁ ଜାରି ଏକ ଭିଡିଓରେ ଚେତାବନୀ ଦିଆଯାଇଥିଲା। ଫଳରେ ଉକ୍ତ ଛାତ୍ରୀଛାତ୍ର ଆତଙ୍କିତ ହେବା ସହ ଅସୁରକ୍ଷିତ ମଣୁଥିବା ଆସୋସିଏଶନ୍‌ର ରାଷ୍ଟ୍ରୀୟ ଆବାହକ ନାସିର ଖୁଏହାମି କହିଛନ୍ତି।

କଶ୍ମୀର ବାହାରେ ପଢୁଥିବା କଶ୍ମୀରୀ ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକେ ଏବଂ ଅନ୍ୟ ଛାତ୍ରମାନେ ମଧ୍ୟରାତ୍ରରେ ହଷ୍ଟେଲରେ ଜବରଦସ୍ତ ପ୍ରବେଶ କରି ଧାରୁଆ ଅସ୍ତ୍ରରେ କଶ୍ମୀରୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ।

ଡେରାବାସି ଏବଂ ଚଣ୍ଡିଗଡ଼ରେ ଥିବା ୟୁନିଭର୍ସାଲ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସରେ କଶ୍ମୀରୀ ଛାତ୍ରଙ୍କୁ ହଷ୍ଟେଲ ପରିସରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

The post ପହଲଗାମ୍‌ ଆକ୍ରମଣ ପରେ କଶ୍ମୀରୀ ଛାତ୍ରୀଛାତ୍ରଙ୍କ ଉପରେ ନିର୍ଯାତନା appeared first on Dharitri Odia News.