ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି ଲୋକମାନଙ୍କ ସାମ୍ନା କରିବାକୁ ନର୍ଭସ ଥିଲେ ତାହା କହିଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାଓ୍ବନଙ୍କ ଶୋ ‘ଧାଓ୍ବନ କରେଙ୍ଗ’ରେ ଏଭଳି କହିଛନ୍ତି ପନ୍ତ। ୨୦୨୨ ଡିସେମ୍ବର ମାସରେ ପନ୍ତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ମୃତ୍ୟୁକୁ ଚକ୍‌ମା ଦେଇ ପନ୍ତ ପୁନର୍ବାର କମ୍‌ବ୍ୟାକ […] The post ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ… appeared first on Dharitri Odia News.

ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି ଲୋକମାନଙ୍କ ସାମ୍ନା କରିବାକୁ ନର୍ଭସ ଥିଲେ ତାହା କହିଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାଓ୍ବନଙ୍କ ଶୋ ‘ଧାଓ୍ବନ କରେଙ୍ଗ’ରେ ଏଭଳି କହିଛନ୍ତି ପନ୍ତ।

୨୦୨୨ ଡିସେମ୍ବର ମାସରେ ପନ୍ତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ମୃତ୍ୟୁକୁ ଚକ୍‌ମା ଦେଇ ପନ୍ତ ପୁନର୍ବାର କମ୍‌ବ୍ୟାକ କରିଥିଲେ। ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ଏହି ଦୁର୍ଘଟଣାରେ ପନ୍ତଙ୍କ କାର ଜଳି ଯାଇଥିଲା। ଶରୀରରେ ଏକାଧିକ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ହଲିବାକୁ ମଧ୍ୟ ସମର୍ଥ ନ ଥିଲେ।

ଭଗବାନଙ୍କ ଦୟାରୁ ବଞ୍ଚି ଯାଇଥିବା ବେଳେ ଏହା ଜୀବନ ବଦଳାଇଦେବା ମୂହୂର୍ତ୍ତ ଥିଲା ବୋଲି ପନ୍ତ କହିଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବିମାନ ବନ୍ଦରରେ ଲୋକମାନଙ୍କୁ ସାମ୍ନା କରିବାକୁ ସେ ମାନସିକ ଭାବରେ ପ୍ରସ୍ତୁତ ନ ଥିଲେ ବୋଲି କହିଥିଲେ ପନ୍ତ।

ଏହି ସମୟରେ ଦୁଇ ମାସ ଯାଏ ବ୍ରସ କରି ନ ଥିବା ବେଳେ ପ୍ରାୟ ୭ ମାସ ଧରି ଶରୀରରେ ଯନ୍ତ୍ରଣା ରହିଥିଲା। ତେବେ ଦୀର୍ଘ ୧୪ ମାସ ପରେ ଆଇପିଏଲ୍‌ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିବା ପନ୍ତଙ୍କୁ ଭାରତୀୟ ବିଶ୍ୱକପ ଦଳରେ ମଧ୍ୟ ସ୍ଥାନ ମିଳିଥିଲା। ପ୍ରଥମ ବ୍ୟାଚ୍‌ର ଭାରତୀୟ ଦଳ ସହ ପନ୍ତ ଯାତ୍ରା କରିଥିବା ବେଳେ ବର୍ତ୍ତମାନ ସେ ନ୍ୟୁୟର୍କରେ ଅଛନ୍ତି।

The post ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ… appeared first on Dharitri Odia News.