୧୦୧ ଅଭିଯୋଗ ଶୁଣିଲେ ଏଡିଏମ୍
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ପ୍ରମୋଦ ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ ଦେ, ଉପଜିଲାପାଳ ଉମାଶଙ୍କର ବେହେରା ସୋମବାର ଭଞ୍ଜନଗର ଠାରେ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ମୋଟ ୧୦୧ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ବ୍ୟକ୍ତିଗତ ଅଭିଯୋଗ ୯୮ଟି ଥିବାବେଳେ, ଗ୍ରାମୀୟ ଅଭିଯୋଗ ୩ଟି ଥିଲା। ଅତିରିକ୍ତ ଜିଲାପାଳ ତ୍ୱରିତ ୮ଟି ଅଭିଯୋଗର ଫଇସଲା କରିଥିଲେ। ଜଣେ ଭିନ୍ନକ୍ଷମଙ୍କୁ ଗୋଟିଏ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଅଭିଯୋଗ ଶୁଣାଣି ସମୟରେ ଜିଲା […] The post ୧୦୧ ଅଭିଯୋଗ ଶୁଣିଲେ ଏଡିଏମ୍ appeared first on Dharitri Odia News.
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ପ୍ରମୋଦ ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ ଦେ, ଉପଜିଲାପାଳ ଉମାଶଙ୍କର ବେହେରା ସୋମବାର ଭଞ୍ଜନଗର ଠାରେ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ମୋଟ ୧୦୧ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ବ୍ୟକ୍ତିଗତ ଅଭିଯୋଗ ୯୮ଟି ଥିବାବେଳେ, ଗ୍ରାମୀୟ ଅଭିଯୋଗ ୩ଟି ଥିଲା। ଅତିରିକ୍ତ ଜିଲାପାଳ ତ୍ୱରିତ ୮ଟି ଅଭିଯୋଗର ଫଇସଲା କରିଥିଲେ। ଜଣେ ଭିନ୍ନକ୍ଷମଙ୍କୁ ଗୋଟିଏ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଅଭିଯୋଗ ଶୁଣାଣି ସମୟରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, ଉପଖଣ୍ଡ ସୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥୀ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ପୂର୍ତ୍ତ ବିଭାଗ ଏସଡିଓ ଭଞ୍ଜନଗର ପ୍ରତାପ ନାୟକ,ଭଞ୍ଜନଗର ଏନ୍ଏସି ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ସହାୟକ ଜିଲାପାଳ ରାମଚନ୍ଦ୍ର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
The post ୧୦୧ ଅଭିଯୋଗ ଶୁଣିଲେ ଏଡିଏମ୍ appeared first on Dharitri Odia News.