ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ବିଷୟର ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷ ଓ ଏହି ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ଇବିଆଇଡିଟିଏ ୩୨% ବୃଦ୍ଧି ଘଟି ୧,୩୪,୨୩୭ କୋଟି ଟଙ୍କା ହୋଇଥିବା ବେଳେ ଟିକସ ପୂର୍ବବର୍ତ୍ତୀ ଲାଭ ୫୬% […] The post ଏଇଏଲ୍‌ର ଆର୍ଥିକ ଫଳାଫଳ appeared first on Dharitri Odia News.

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ବିଷୟର ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷ ଓ ଏହି ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ଇବିଆଇଡିଟିଏ ୩୨% ବୃଦ୍ଧି ଘଟି ୧,୩୪,୨୩୭ କୋଟି ଟଙ୍କା ହୋଇଥିବା ବେଳେ ଟିକସ ପୂର୍ବବର୍ତ୍ତୀ ଲାଭ ୫୬% ବୃଦ୍ଧି ପାଇ ୫୬୪୦ କୋଟି ଟଙ୍କା ହୋଇଛି। ସେହିଭଳି ଏଏନ୍‌ଆଇଏଲ୍‌ର ଇବିଆଇଡିଟିଏ ୪.୫ଗୁଣା ବୃଦ୍ଧି ପାଇ ୨୨୯୬ କୋଟି ଟଙ୍କା ହୋଇଥିବାବେଳେ ବିମାନବନ୍ଦରର ଇବିଆଇଡିଟିଏ ୪୫% ବୃଦ୍ଧି ପାଇ ୨୪୩୭ କୋଟି ଟଙ୍କା ହୋଇଛି। ଏହି ସମୟ ମଧ୍ୟରେ ବିମାନ ଯାତ୍ରୀ ସଂଖ୍ୟା ୧୯% ବୃଦ୍ଧି ପାଇ ୮୮.୬ ନିୟୁତରେ ପହଞ୍ଚତ୍ଛି। ସେହିପରି ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଚତୁର୍ଥ ତ୍ରୈମାସିକରେ କମ୍ପାନୀର ଇବିଆଇଡିଟିଏ ୩୯୭୪ କୋଟି ଟଙ୍କା ହୋଇଥିବା ବେଳେ ଟିକସ ପୂର୍ବବର୍ତ୍ତୀ ଲାଭ ୧୫୫୪ କୋଟି ଟଙ୍କା ହୋଇଛି। ଏଏନଆଇଏଲ୍‌ର ଇବିଆଇଡିଟିଏ ୬.୨ ଗୁଣା ବୃଦ୍ଧି ପାଇ ୬୪୧ କୋଟି ଟଙ୍କା ହୋଇଥିବା ବେଳେ ବିମାନ ବନ୍ଦର ଇବିଆଇଡିଟିଏ ୧୩୦% ବୃଦ୍ଧି ପାଇ ୬୬୨ କୋଟି ଟଙ୍କା ହୋଇଛି। ଏହି ସମୟ ମଧ୍ୟରେ ଏଏନ୍‌ଆଇଏଲ୍‌ ସୋଲାର ମାନୁଫାକ୍ଚରିଂ ଡିଭିଜନ୍‌ ପକ୍ଷରୁ ସଫଳତାର ସହ ଭାରତର ପ୍ରଥମ ବୃହତ ମୋନୋକ୍ରିଷ୍ଟାଲିନ୍‌ ୨ଗିଗାୱାଟ୍‌ କ୍ଷମତାର ଇନ୍‌ଗଟ୍‌ ଓ ୱାଫର ୟୁନିଟ୍‌କୁ କାର୍ଯ୍ୟକ୍ଷମ କରାଯାଇଥିଲା। କଛ କପର ଲିମିଟେଡ୍‌ ଅଧୀନରେ ଆଦାନି କପର ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇଥିଲା,ଯାହା ବୃହତ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରି ରେକର୍ଡ ସମୟ ଭିତରେ ତାହାକୁ କାର୍ଯ୍ୟକାରୀ କରିବାରେ ଆଦାନି ଗ୍ରୁପ୍‌ର ଦକ୍ଷତାକୁ ଦର୍ଶାଉଛି।

The post ଏଇଏଲ୍‌ର ଆର୍ଥିକ ଫଳାଫଳ appeared first on Dharitri Odia News.