ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ

ଭୁବନେଶ୍ୱର, ୨୨।୧୨: ଅଲ୍‌ଟିମେଟ ଖୋ ଖୋ (ୟୁକେକେ) ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହା ଖେଳାଯିବ। ୟୁକେକେର ସିଇଓ ତଥା ଲିଗ୍‌ କମିଶନର ତେନଜିଂ ନିୟୋଗି ପ୍ରତିଯୋଗିତାର ପ୍ରଥମ ଟିକେଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପାରମ୍ପରିକ କ୍ରୀଡ଼ା ଖୋ ଖୋକୁ ପ୍ରମୋଟ କରିବା ଆମପାଇଁ ଗୁରୁତ୍ୱପୂର୍ଣ୍ଣ। ବହୁ ସଂଖ୍ୟାରେ ଦର୍ଶକ ଆସି […] The post ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ

ଭୁବନେଶ୍ୱର, ୨୨।୧୨: ଅଲ୍‌ଟିମେଟ ଖୋ ଖୋ (ୟୁକେକେ) ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହା ଖେଳାଯିବ। ୟୁକେକେର ସିଇଓ ତଥା ଲିଗ୍‌ କମିଶନର ତେନଜିଂ ନିୟୋଗି ପ୍ରତିଯୋଗିତାର ପ୍ରଥମ ଟିକେଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ପାରମ୍ପରିକ କ୍ରୀଡ଼ା ଖୋ ଖୋକୁ ପ୍ରମୋଟ କରିବା ଆମପାଇଁ ଗୁରୁତ୍ୱପୂର୍ଣ୍ଣ। ବହୁ ସଂଖ୍ୟାରେ ଦର୍ଶକ ଆସି ଏହି ଅନନ୍ୟ କ୍ରୀଡ଼ାର ରୋମାଞ୍ଚକୁ ଉପଭୋଗ କରିବାର ସୁଯୋଗ ଆଣିଛି ଅଲ୍‌ଟିମେଟ ଖୋ ଖୋ। ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ଶୁଭେଚ୍ଛା ଏବଂ ଓଡ଼ିଶାରେ ସେମାନଙ୍କ ସ୍ମୃତି ସ୍ମରଣୀୟ ରହିବ ବୋଲି ଆଶା କରୁଛି। ଅନ୍ୟପକ୍ଷରେ ନିୟୋଗି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଆମେ ଅଲ୍‌ଟିମେଟ ଖୋ ଖୋ ସିଜନ-୨ର ପ୍ରଥମ ଟିକେଟ ପ୍ରଦାନ କରି ଅତ୍ୟନ୍ତ ଆନନ୍ଦିତ।

The post ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ appeared first on Dharitri Odia News.