ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି ଉଦୟଗିରି ବ୍ଲକର ୩୩ଟି ଓ ଜି ଉଦୟଗିରି ଏନଏସିର ୮ କେନ୍ଦ୍ରରେ ମତଦାନ ଚାଲିଛି। ଦିନ ୧୧ଟା ସୁଦ୍ଧା ୨୦ % ମତଦାନ ହୋଇଛି। ସମୁଦାୟ ୩୭୪୭୭ ଜଣ ମତଦାତାଙ୍କ ମଧ୍ୟରୁ ଦିନ ୧୧ଟା ସୁଦ୍ଧା ୭୫୭୫ ଜଣ ମତଦାତା ମତଦାନ କରିଛନ୍ତି। ଜି ଉଦୟଗିରି ହାତୀଶାଳ ୟୁପି ସ୍କୁଲ […] The post ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ appeared first on Dharitri Odia News.

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି ଉଦୟଗିରି ବ୍ଲକର ୩୩ଟି ଓ ଜି ଉଦୟଗିରି ଏନଏସିର ୮ କେନ୍ଦ୍ରରେ ମତଦାନ ଚାଲିଛି। ଦିନ ୧୧ଟା ସୁଦ୍ଧା ୨୦ % ମତଦାନ ହୋଇଛି। ସମୁଦାୟ ୩୭୪୭୭ ଜଣ ମତଦାତାଙ୍କ ମଧ୍ୟରୁ ଦିନ ୧୧ଟା ସୁଦ୍ଧା ୭୫୭୫ ଜଣ ମତଦାତା ମତଦାନ କରିଛନ୍ତି। ଜି ଉଦୟଗିରି ହାତୀଶାଳ ୟୁପି ସ୍କୁଲ ୭୦ ନମ୍ବର ସଖୀ ମତଦାନ କେନ୍ଦ୍ରରେ ଦିନ ୧୧ଟା ସୁଦ୍ଧା ସମୁଦାୟ ୧୩୫୩ ମତଦାତାଙ୍କ ମଧ୍ୟରୁ ୨୮୮ଜଣ ମତଦାନ କରିଛନ୍ତି ଓ ମତଦାନ କରିବା ପାଇଁ ଧାଡି ଲାଗି ରହିଛି। ପ୍ରାୟତଃ ମତଦାନ କେନ୍ଦ୍ର ଗୁଡିକରେ ବର୍ତ୍ତମାନ ସୁଦ୍ଧା ସେପରି ଗହଳି ଦେଖିବାକୁ ମିଳିନାହିଁ। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟକ ଭୋଟ ଦେଇଛନ୍ତି। ଦିନ ୧୧ଟା ୧୧ଟା ସୁଦ୍ଧା ଜି ଉଦୟଗିରି ବ୍ଲକ ଓ ଏନଏସିରେ ସମୁଦାୟ ୧୭୭୦୫ ଜଣ ପୁରୁଷ ମତଦାତାଙ୍କ ମଧ୍ୟରୁ ୩୩୨୧ଜଣ ମତଦାନ କରିଥିବାବେଳେ ୧୯୭୬୩ ମହିଳା ମତଦାତାଙ୍କ ମଧ୍ୟରୁ ୪୨୫୩ ଜଣ ମତଦାତା ମତଦାନ କରିଛନ୍ତି। ଜଣେ ତୃତୀୟ ଲିଙ୍ଗ ମତଦାତା ମତଦାନ କରିଛନ୍ତି।

The post ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ appeared first on Dharitri Odia News.