କଟକରେ ପାଳନ ହେଉଛି ମହାପ୍ରଭୁଙ୍କ ସୁନାବେଶ, ଭଗବାନଙ୍କ ଅପୂର୍ବ ରୂପ ଦେଖି ଭାବ ବିହ୍ବଳ ଭକ୍ତ
କଟକ: ପବିତ୍ର ସୁନାବେଶ ଅବସରରେ କଟକର ଦୋଳମୁଣ୍ଡାଇ, ଚାନ୍ଦିନିଚୌକ, ରାଣୀହାଟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କୁ ସୁନାବେଶ। ରଥ ଉପରେ ସୁନାବେଶରେ ସଜେଇ ହୋଇଛନ୍ତି କାଳିଆ ସାଆନ୍ତେ। ଆଉ ପବିତ୍ର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ବେଶ ଭିଡ଼ ଲାଗିଛି।ସୁନାବେଶ ଦର୍ଶନ କରିବାକୁ ପୁରୀ ଯାଇ ପାରୁନଥିବା ଭକ୍ତ ଏହିଠାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି। ସୁନାବେଶ ପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥ ନିକଟରେ କଡ଼ା ପୋଲିସ ମୁତୟନ ହେବା ସହ ଶୃଙ୍ଖଳିତ ଦର୍ଶନ ପାଇଁ କର୍ଡନ ବ୍ୟବସ୍ଥା କରାଯିବା ସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।ତେବେ ଭକ୍ତମାନେ ତିନି ରଥରେ ସୁନାବେଶ ଦେଖି ବେଶ ଭାବ ବିହ୍ବଳ ହୋଇଥିଲେ।ପୁରୀ ଯାଇ ପାରୁ କି ନାହିଁ କଟକ ରେ ମଧ୍ଯ ରଥ ଉପରେ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି।
କଟକ: ପବିତ୍ର ସୁନାବେଶ ଅବସରରେ କଟକର ଦୋଳମୁଣ୍ଡାଇ, ଚାନ୍ଦିନିଚୌକ, ରାଣୀହାଟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କୁ ସୁନାବେଶ। ରଥ ଉପରେ ସୁନାବେଶରେ ସଜେଇ ହୋଇଛନ୍ତି କାଳିଆ ସାଆନ୍ତେ। ଆଉ ପବିତ୍ର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ବେଶ ଭିଡ଼ ଲାଗିଛି।

ସୁନାବେଶ ଦର୍ଶନ କରିବାକୁ ପୁରୀ ଯାଇ ପାରୁନଥିବା ଭକ୍ତ ଏହିଠାରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି। ସୁନାବେଶ ପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଥ ନିକଟରେ କଡ଼ା ପୋଲିସ ମୁତୟନ ହେବା ସହ ଶୃଙ୍ଖଳିତ ଦର୍ଶନ ପାଇଁ କର୍ଡନ ବ୍ୟବସ୍ଥା କରାଯିବା ସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ତେବେ ଭକ୍ତମାନେ ତିନି ରଥରେ ସୁନାବେଶ ଦେଖି ବେଶ ଭାବ ବିହ୍ବଳ ହୋଇଥିଲେ।ପୁରୀ ଯାଇ ପାରୁ କି ନାହିଁ କଟକ ରେ ମଧ୍ଯ ରଥ ଉପରେ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି।