ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନର ସ୍ବର ଦେଖିବାକୁ ମିଳିଛି। ଏଠାରେ ବିଜେଡି ଗଡ଼ ଭୁଶୁଡି ଥିବାବେଳେ ଭାଜପା ସରକାର ଗଢିବାକୁ ଯାଉଛି। ରାଜ୍ୟରେ ଲୋକ ସଭାରେ ମଧ୍ୟ ଭାଜପା ଏପର୍ଯ୍ୟନ୍ତ ୨୧ ଆସନରୁ ୧୯ରେ ଆଗୁଆ ରହିଛି। ବିଜେଡି ପାଇଁ ଖୁସିଖବର ଯାଜପୁରରୁ ଆସିଛି। ଏଠାରେ ବିଜେଡି ଲୋକ ସଭା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ୫୧୧୧୧ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଉମେଶ ଜେନାଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱରଞ୍ଜନଙ୍କୁ ୧ ଲକ୍ଷ […] The post ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର appeared first on Dharitri Odia News.

ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନର ସ୍ବର ଦେଖିବାକୁ ମିଳିଛି। ଏଠାରେ ବିଜେଡି ଗଡ଼ ଭୁଶୁଡି ଥିବାବେଳେ ଭାଜପା ସରକାର ଗଢିବାକୁ ଯାଉଛି। ରାଜ୍ୟରେ ଲୋକ ସଭାରେ ମଧ୍ୟ ଭାଜପା ଏପର୍ଯ୍ୟନ୍ତ ୨୧ ଆସନରୁ ୧୯ରେ ଆଗୁଆ ରହିଛି। ବିଜେଡି ପାଇଁ ଖୁସିଖବର ଯାଜପୁରରୁ ଆସିଛି। ଏଠାରେ ବିଜେଡି ଲୋକ ସଭା ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ୫୧୧୧୧ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଉମେଶ ଜେନାଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱରଞ୍ଜନଙ୍କୁ ୧ ଲକ୍ଷ ୧୧ ହଜାର ୪୨ ଖଣ୍ଡ ଭୋଟ ମିଳିଥିବାବେଳେ ଉମେଶଙ୍କୁ ୫୦ ହଜାର ୩୧ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଦେବାଶିଷ ନାୟକ ୪ ହଜାର ୬୪ ଖଣ୍ଡ ଭୋଟ ମିଳିଛି।

The post ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର appeared first on Dharitri Odia News.