ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି: ରାଜ୍ୟରେ ବଡ଼ ଧରଣର ରେଡ୍‌ କଲା ସିବିଆଇ

ଭୁବନେଶ୍ୱର,୧୩।୬: ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ ହୋଇଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁରୁବାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲାରେ ୬୭ ସ୍ଥାନରେ ରେଡ କରିଛି ସିବିଆଇ। କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଅଞ୍ଚଳରେ ରେଡ ହୋଇଛି।ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଛନ୍ତି। ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ […] The post ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି: ରାଜ୍ୟରେ ବଡ଼ ଧରଣର ରେଡ୍‌ କଲା ସିବିଆଇ appeared first on Dharitri Odia News.

ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି: ରାଜ୍ୟରେ ବଡ଼ ଧରଣର ରେଡ୍‌ କଲା ସିବିଆଇ

ଭୁବନେଶ୍ୱର,୧୩।୬: ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ ହୋଇଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁରୁବାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲାରେ ୬୭ ସ୍ଥାନରେ ରେଡ କରିଛି ସିବିଆଇ।

କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଅଞ୍ଚଳରେ ରେଡ ହୋଇଛି।ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଛନ୍ତି। ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଥିଲା । ଏଥିରେ ୬୩ଜଣ ପରିକ୍ଷାର୍ଥୀ ଓ ଡାକ ବିଭାଗର କିଛି ଅଜ୍ଞାତ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି।

Image

ଡାକ ସେବକ ପରୀକ୍ଷା ଜାଲିଆତି ମାମଲାରେ ବିଭିନ୍ନ ସ୍ଥାନରେ ସିବିଆଇର ୨୦୪ ଅଧିକାରୀ ଚଢାଉ କରିଛନ୍ତି। ୧୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

The post ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି: ରାଜ୍ୟରେ ବଡ଼ ଧରଣର ରେଡ୍‌ କଲା ସିବିଆଇ appeared first on Dharitri Odia News.