ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଥାନାରେ ଅଟକ
ହିଞ୍ଜିଳିକାଟୁ,୩୦।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। କୋଳିଦାସପୁର ଗ୍ରାମର ଶଙ୍କର ଭଉଳଙ୍କ ଝିଅ ଦୀପିକା ଭଉଳ(୧୯)। ଦୀପିକାଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବାରୁ ଶନିବାର ରାତିରେ ଶାଶୁଘରେ ସେ ବିଷପିଇ ଆତ୍ମହତ୍ୟା କରିଥିବା ହିଞ୍ଜିଳି ଥାନାରେ ଅଜା କଂଗ୍ରେସ ରାଉତ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେଶ୍ ନଂ.୨୫୨/୨୫ରେ ଏକ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରିଛି। ମୃତା […] The post ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଥାନାରେ ଅଟକ appeared first on Dharitri Odia News.
ହିଞ୍ଜିଳିକାଟୁ,୩୦।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଜଣେ ନବବଧୂଙ୍କ ମୃତ୍ୟୁ ଘଟିଛି। କୋଳିଦାସପୁର ଗ୍ରାମର ଶଙ୍କର ଭଉଳଙ୍କ ଝିଅ ଦୀପିକା ଭଉଳ(୧୯)। ଦୀପିକାଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବାରୁ ଶନିବାର ରାତିରେ ଶାଶୁଘରେ ସେ ବିଷପିଇ ଆତ୍ମହତ୍ୟା କରିଥିବା ହିଞ୍ଜିଳି ଥାନାରେ ଅଜା କଂଗ୍ରେସ ରାଉତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେଶ୍ ନଂ.୨୫୨/୨୫ରେ ଏକ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରିଛି। ମୃତା ମହିଳାଙ୍କ ସ୍ବାମୀ ପିଣ୍ଟୁ ସାହୁଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
The post ନବବଧୂଙ୍କ ମୃତ୍ୟୁ, ସ୍ବାମୀ ଥାନାରେ ଅଟକ appeared first on Dharitri Odia News.