ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ବର୍ଗର ନୁହେଁ
ନୂଆଦିଲ୍ଲୀ,୮।୨: ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ଜାତିର ନୁହଁନ୍ତି। ସେ ଗୁଜୁରାଟର ତେଲି ଜାତିରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ରେ ଓବିସିରେ ସେହି ସମ୍ପ୍ରଦାୟକୁ ଭାଜପା ଅନ୍ତର୍ଭୁକ୍ତ କରିଥିଲା। ସେ (ପିଏମ ମୋଦି) ସାଧାରଣ ବର୍ଗରେ ଜନ୍ମଗ୍ରହଣ କରିଥିଲେ … ଓବିସିରେ ଜନ୍ମ ହୋଇ ନ ଥିବାରୁ ସେ କଦାପି ଜାତିଗତ ଜନଗଣନା କରିବେ ନାହିଁ। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ […] The post ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ବର୍ଗର ନୁହେଁ appeared first on Dharitri Odia News.
ନୂଆଦିଲ୍ଲୀ,୮।୨: ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ଜାତିର ନୁହଁନ୍ତି। ସେ ଗୁଜୁରାଟର ତେଲି ଜାତିରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ରେ ଓବିସିରେ ସେହି ସମ୍ପ୍ରଦାୟକୁ ଭାଜପା ଅନ୍ତର୍ଭୁକ୍ତ କରିଥିଲା। ସେ (ପିଏମ ମୋଦି) ସାଧାରଣ ବର୍ଗରେ ଜନ୍ମଗ୍ରହଣ କରିଥିଲେ … ଓବିସିରେ ଜନ୍ମ ହୋଇ ନ ଥିବାରୁ ସେ କଦାପି ଜାତିଗତ ଜନଗଣନା କରିବେ ନାହିଁ।
ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଓବିସି ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଭାରତ ଯୋଡ ନ୍ୟାୟା ଯାତ୍ରା ବର୍ତ୍ତମାନ ଓଡ଼ିଶାର ଝାରସୁଗଡ଼ାଠାରେ ଅଛି। ଲୋକଙ୍କୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ ଏହି ଅଭିଯୋଗ କରିଛନ୍ତି। ଭାରତ ଯୋଡୋ ନ୍ୟାୟା ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏକ ଖୋଲା ଜିପରେ ଝାରସୁଗୁଡାର କିସାନ ଚୌକରେ ପହଞ୍ଚିଥିଲେ, ଯେଉଁଠାରେ କଂଗ୍ରେସ ନେତା ଅଜୟ କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମଧ୍ୟ ତାଙ୍କ ସହ ଯାଇଥିଲେ।
The post ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ବର୍ଗର ନୁହେଁ appeared first on Dharitri Odia News.