ଅନିଶ୍ଚିତତାରେ ଭାବୀ ରାଣୀଙ୍କ ମାଷ୍ଟର ଡିଗ୍ରୀ: ଭବିଷ୍ୟତ ଅନ୍ଧକାର

ବ୍ରସେଲ୍ସ,୨୪ା୫:ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀଛାତ୍ର ପଢ଼ିପାରିବେ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ଦ୍ଦେଶନାମା ଜାରି କରିବା ପରେ ସେଠାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବେଲଜିୟମର ୨୩ ବର୍ଷିଆ ପ୍ରିନ୍ସେସ୍‌ ତଥା ଭାବୀ ରାଣୀ ଏଲିସାବେଥ୍‌ ସମ୍ପ୍ରତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍‌ ପଲିସିରେ ମାଷ୍ଟର ଡିଗ୍ରୀ ଅଧ୍ୟୟନ କରୁଛନ୍ତି। ନିକଟରେ ସେ ଏହି କୋର୍ସର ପ୍ରଥମ ବର୍ଷ ପୂରା କରିଛନ୍ତି। ହାର୍ଭାର୍ଡରେ ବିଦେଶୀ ଛାତ୍ରୀଛାତ୍ରଙ୍କ ଉପରେ ଟ୍ରମ୍ପ୍‌ ପ୍ରଶାସନର […] The post ଅନିଶ୍ଚିତତାରେ ଭାବୀ ରାଣୀଙ୍କ ମାଷ୍ଟର ଡିଗ୍ରୀ: ଭବିଷ୍ୟତ ଅନ୍ଧକାର appeared first on Dharitri Odia News.

ଅନିଶ୍ଚିତତାରେ ଭାବୀ ରାଣୀଙ୍କ ମାଷ୍ଟର ଡିଗ୍ରୀ: ଭବିଷ୍ୟତ ଅନ୍ଧକାର

ବ୍ରସେଲ୍ସ,୨୪ା୫:ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରୀଛାତ୍ର ପଢ଼ିପାରିବେ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ଦ୍ଦେଶନାମା ଜାରି କରିବା ପରେ ସେଠାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ବେଲଜିୟମର ୨୩ ବର୍ଷିଆ ପ୍ରିନ୍ସେସ୍‌ ତଥା ଭାବୀ ରାଣୀ ଏଲିସାବେଥ୍‌ ସମ୍ପ୍ରତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍‌ ପଲିସିରେ ମାଷ୍ଟର ଡିଗ୍ରୀ ଅଧ୍ୟୟନ କରୁଛନ୍ତି। ନିକଟରେ ସେ ଏହି କୋର୍ସର ପ୍ରଥମ ବର୍ଷ ପୂରା କରିଛନ୍ତି। ହାର୍ଭାର୍ଡରେ ବିଦେଶୀ ଛାତ୍ରୀଛାତ୍ରଙ୍କ ଉପରେ ଟ୍ରମ୍ପ୍‌ ପ୍ରଶାସନର କଟକଣା ପରେ ପ୍ରିନ୍ସେସ୍‌ ଏଲିସାବେଥ୍‌ଙ୍କ ଭବିଷ୍ୟତର ପାଠପଢ଼ାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ସମ୍ପ୍ରତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କୁ ଅନ୍ୟ ୟୁନିଭର୍ସିଟିକୁ ସ୍ଥାନାନ୍ତରିତ ହେବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ନ କଲେ ସେମାନେ ଆମେରିକାରେ ନିଜ ଲିଗାଲ ଷ୍ଟାଟସ୍‌କୁ ହରାଇବେ ବୋଲି ପ୍ରଶାସନ ଧମକ ଦେଉଛି। ବେଲଜିୟମ ରୟାଲ ପ୍ୟାଲେସ୍‌ର ମୁଖପାତ୍ର ଲୋର୍‌ ଭାନ୍‌ଡୋର୍ନ କହିଛନ୍ତି, ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିର ପ୍ରଭାବ ଆଗାମୀ ଦିନରେ ସ୍ପଷ୍ଟ ହେବ। ବର୍ତ୍ତମାନର ସ୍ଥିତିରେ ପରିସ୍ଥିତିର ସମାଧାନ ପାଇଁ ରୟାଲ ପ୍ୟାଲେସ୍‌ ପକ୍ଷରୁ ବିଶ୍ଳେଷଣ କରାଯାଉଥିବା ସେ କହିଛନ୍ତି। ପ୍ରକାଶ ଯେ, ବେଲଜିୟମ ରାଜା ଫିଲିପ୍ସ ଏବଂ ରାଣୀ ମାଥିଲ୍ଡଙ୍କ ୪ ସନ୍ତାନ ମଧ୍ୟରୁ ପ୍ରିନ୍ସେସ୍‌ ଏଲିସାବେଥ୍‌ ହେଉଛନ୍ତି ଜ୍ୟୋଷ୍ଠ ସନ୍ତାନ। ତେଣୁ ପ୍ରିନ୍ସେସ୍‌ ଏଲିସାବେଥ୍‌ ହେଉଛନ୍ତି ରାଜା ଫିଲିପ୍ସଙ୍କ ଉତ୍ତରାଧିକାରୀ ଏବଂ ବେଲଜିୟମର ଭାବୀ ରାଣୀ। ହାର୍ଭାର୍ଡରେ ନାମ ଲେଖାଇବା ପୂର୍ବରୁ ସେ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ହିଷ୍ଟ୍ରି ଏବଂ ପଲିଟିକ୍ସରେ ଡିଗ୍ରୀ ହାସଲ କରିଥିଲେ।

The post ଅନିଶ୍ଚିତତାରେ ଭାବୀ ରାଣୀଙ୍କ ମାଷ୍ଟର ଡିଗ୍ରୀ: ଭବିଷ୍ୟତ ଅନ୍ଧକାର appeared first on Dharitri Odia News.