କଟକରେ ବ୍ରିଜ ନିର୍ମାଣ ବେଳେ ଖସିପଡ଼ିଲା ସ୍ଲାବ୍‌, ଚାଲିଗଲା ତିନି ଜଣଙ୍କ ଜୀବନ

କଟକ:କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି।ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା। ଅନ୍ୟପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।ମୃତକଙ୍କ ପରିବାର […]

କଟକରେ ବ୍ରିଜ ନିର୍ମାଣ ବେଳେ  ଖସିପଡ଼ିଲା ସ୍ଲାବ୍‌, ଚାଲିଗଲା ତିନି ଜଣଙ୍କ ଜୀବନ

କଟକ:କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି।ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା।
ଅନ୍ୟପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।