ସମବାୟ ସମିତିରେ ବଡ ଘୋଟାଲା: ଋଣ ମଞ୍ଜୁର କରି ଟଙ୍କା ଚଳୁ

କନକ ବ୍ୟୁରୋ: ବ୍ୟାଙ୍କକୁ ଯାଇ ନାହାନ୍ତି। ଋଣ ପାଇଁ ଆବେଦନ ବି କରିନାହାନ୍ତି। କିନ୍ତୁ କୃଷି ଋଣ ମଞ୍ଜୁର ହୋଇଛି ଆଉ ସେହି ଟଂକାକୁ ଉଠାଇ ବି ନିଆଯାଇଛି । ଏଭଳି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି କେନ୍ଦ୍ରପଡା ଜୁଆଣିଆ କୃଷି ସମବାୟ ସଂସ୍ଥାରୁ । ନିଜ ପାସ ବୁକ୍ ଅପଡେଟ କଲାବେଳେ ଏଭଳି ଦୁର୍ନୀତି ହୋଇଥିବା ଜାଣିପାରିଛନ୍ତି ଚଷୀ ।  କେନ୍ଦ୍ରାପଡା ଜିଲ୍ଲା ଆଳୀ ବ୍ଲକର ଧନେଶ୍ବର ସାମଲ । ଜୁଅଣିଆ ସମବାୟ ସଂସ୍ଥାରୁ ଧନେଶ୍ଵର ସାମଲଙ୍କ ନାଁରେ ଫେୃବୃଆରୀ ୧୨, ୨୦୨୪ରେ ଦୁଇଟି ଋଣ ଯାଇଛି । ଋଣ ଟଙ୍କାରୁ  ଲକ୍ଷେ ୮୦ ହଜାର ଉଠାଯାଇଛି । ୯୦ ହଜାର ଲେଖାଁଏ ଦୁଇଟି ଋଣ ହୋଇଛି ଓ ୪୫ ହଜାର ଲେଖାଁଏ ୪ ଥର ଉଠାଯାଇଛି । ସେହିଭଳି ୨୦୨୩ ମସିହାରେ  ୩୪ ହଜାର ଟଙ୍କା ଉଠଯାଇଛି । ଧନେଶ୍ବରଙ୍କ ନାଁରେ ଏଭଳି  ୨ ଲକ୍ଷ ୧୪ ହଜାର ହଡପ ହୋଇଛି । ଆଶ୍ଚର୍ୟ୍ୟଜନକ କଥା ହେଲା, ଧନେଶ୍ବରଙ୍କ ଜୁଆଣିଆ ସମବାୟ ସଂସ୍ଥାରେ ଆକାଉଣ୍ଟ ନାହିଁ। ତାଙ୍କର ଆଳି ବ୍ଲକର ଗୋବିନ୍ଦପୁର ସମବାୟ ସଂସ୍ଥାରେ ଆକାଉଣ୍ଟ ରହିଛି । ଆଉ ଏହି ସମବାୟ ସଂସ୍ଥା କଟକ ସମବାୟ ବ୍ୟାଙ୍କ ଅଧିନରେ ପରିଚାଳିତ ହେଉଛି । ଧନେଶ୍ବର ବ୍ୟାଙ୍କ ଖାତ ଅପଡେଟ କଲାବେଳେ ଏଭଳି ଦୁର୍ନୀତି ହୋଇଥିବା ଜାଣିବାକୁ ପାଇଛନ୍ତି ।  ବ୍ୟାଙ୍କରେ ଧନେଶ୍ବରଙ୍କ ଆକାଉଣ୍ଟ ନାହିଁ । ସେ ଆବେଦନ ବି କରିନାହାନ୍ତି । ତାସତ୍ବେ ଋଣ ମଞ୍ଜୁର ହେବା ଓ ଅନ୍ୟ ଜଣେ ଟଙ୍କା ଉଠାଇନେବା ସମସ୍ତଙ୍କୁ ଆଶ୍ଚ

ସମବାୟ ସମିତିରେ ବଡ ଘୋଟାଲା: ଋଣ ମଞ୍ଜୁର କରି ଟଙ୍କା ଚଳୁ

କନକ ବ୍ୟୁରୋ: ବ୍ୟାଙ୍କକୁ ଯାଇ ନାହାନ୍ତି। ଋଣ ପାଇଁ ଆବେଦନ ବି କରିନାହାନ୍ତି। କିନ୍ତୁ କୃଷି ଋଣ ମଞ୍ଜୁର ହୋଇଛି ଆଉ ସେହି ଟଂକାକୁ ଉଠାଇ ବି ନିଆଯାଇଛି । ଏଭଳି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି କେନ୍ଦ୍ରପଡା ଜୁଆଣିଆ କୃଷି ସମବାୟ ସଂସ୍ଥାରୁ । ନିଜ ପାସ ବୁକ୍ ଅପଡେଟ କଲାବେଳେ ଏଭଳି ଦୁର୍ନୀତି ହୋଇଥିବା ଜାଣିପାରିଛନ୍ତି ଚଷୀ । 

କେନ୍ଦ୍ରାପଡା ଜିଲ୍ଲା ଆଳୀ ବ୍ଲକର ଧନେଶ୍ବର ସାମଲ । ଜୁଅଣିଆ ସମବାୟ ସଂସ୍ଥାରୁ ଧନେଶ୍ଵର ସାମଲଙ୍କ ନାଁରେ ଫେୃବୃଆରୀ ୧୨, ୨୦୨୪ରେ ଦୁଇଟି ଋଣ ଯାଇଛି । ଋଣ ଟଙ୍କାରୁ  ଲକ୍ଷେ ୮୦ ହଜାର ଉଠାଯାଇଛି । ୯୦ ହଜାର ଲେଖାଁଏ ଦୁଇଟି ଋଣ ହୋଇଛି ଓ ୪୫ ହଜାର ଲେଖାଁଏ ୪ ଥର ଉଠାଯାଇଛି । ସେହିଭଳି ୨୦୨୩ ମସିହାରେ  ୩୪ ହଜାର ଟଙ୍କା ଉଠଯାଇଛି । ଧନେଶ୍ବରଙ୍କ ନାଁରେ ଏଭଳି  ୨ ଲକ୍ଷ ୧୪ ହଜାର ହଡପ ହୋଇଛି । ଆଶ୍ଚର୍ୟ୍ୟଜନକ କଥା ହେଲା, ଧନେଶ୍ବରଙ୍କ ଜୁଆଣିଆ ସମବାୟ ସଂସ୍ଥାରେ ଆକାଉଣ୍ଟ ନାହିଁ। ତାଙ୍କର ଆଳି ବ୍ଲକର ଗୋବିନ୍ଦପୁର ସମବାୟ ସଂସ୍ଥାରେ ଆକାଉଣ୍ଟ ରହିଛି । ଆଉ ଏହି ସମବାୟ ସଂସ୍ଥା କଟକ ସମବାୟ ବ୍ୟାଙ୍କ ଅଧିନରେ ପରିଚାଳିତ ହେଉଛି । ଧନେଶ୍ବର ବ୍ୟାଙ୍କ ଖାତ ଅପଡେଟ କଲାବେଳେ ଏଭଳି ଦୁର୍ନୀତି ହୋଇଥିବା ଜାଣିବାକୁ ପାଇଛନ୍ତି । 

ବ୍ୟାଙ୍କରେ ଧନେଶ୍ବରଙ୍କ ଆକାଉଣ୍ଟ ନାହିଁ । ସେ ଆବେଦନ ବି କରିନାହାନ୍ତି । ତାସତ୍ବେ ଋଣ ମଞ୍ଜୁର ହେବା ଓ ଅନ୍ୟ ଜଣେ ଟଙ୍କା ଉଠାଇନେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଏଭଳି ଗୋଲକଧନ୍ଦାରେ ସମବାୟ ସଂସ୍ଥାର କିଛି କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । କେବଳ ଧନେଶ୍ବର ନୁହଁନ୍ତି ଏଭଳି ଅନେକ ଚାଷୀଙ୍କ ନାଁରେ ରୁଣ ଉଠାଯାଇଥିବା ସନ୍ଦେହ କରାଯାଉଛି। ଯାହାର ପରିମାଣ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି। ତେବେ ସମବାୟ ବିଭାଗ ମୁଖ୍ୟ କାର୍ୟ୍ୟାଳୟ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତେବେ ଘଟଣାର ତଦନ୍ତ ହେବ ବୋଲି ସମବାୟ ନିବନ୍ଧକ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି
- ସମବାୟ ସଂସ୍ଥାର କେଉଁ କର୍ମଚାରୀ ସାମିଲ ଅଛନ୍ତି ?
-କୁଆଡେ ଲମ୍ୱିଛି ଦୁର୍ନୀତିର ଚେର?
-ପ୍ରଶାସନ ଚେର ଯାଏଁ ପଂହଚିପାରିବ ତଦନ୍ତକାରୀ ସଂସ୍ଥା?