ହାତୀ ମୃତ୍ୟୁ ଘଟଣାର ହେବ ବ୍ୟବଚ୍ଛେଦ, ଜଣାପଡିବ ପ୍ରକୃତ କାରଣ

ସମ୍ୱଲପୁର ୨୭/୦୧: ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣାରେ ଆଜି ହେବ ବ୍ୟବଚ୍ଛେଦ । ରବିବାର ସନ୍ଧ୍ୟା ହେବା କାରଣରୁ ପୋଷ୍ଟମର୍ଟମ ହୋଇ ପାରିନଥିଲା । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ବିଭାଗ ଏପର୍ଯ୍ୟନ୍ତ କାରଣ ସ୍ପଷ୍ଚ କରିନାହିଁ । ସମ୍ବଲପୁର ଡିଭିଜନ୍ ସଦର ରେଞ୍ଜ ଲବଡେରା-ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ହୋଇଛି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା । ହେଲେ ସନ୍ଧ୍ୟା ହେବାରୁ ବ୍ୟବଚ୍ଛେଦ ହୋଇପାରିନି । ବ୍ୟବଚ୍ଛେଦ ହୋଇନପାରିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି । ସୂଚନା ଥାଉକି, ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଡିଭିଜନ୍ ସଦର ରେଞ୍ଜ ଲବଡେରା- ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି । ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବନ ବିଭାଗ ଏନେଇ ମୁହଁ ଖୋଲିନି । also read...୩ଦିନ ଧରି ଚାଲିବ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଅଛନ୍ତି ୯ଟିମ୍‌

ହାତୀ ମୃତ୍ୟୁ ଘଟଣାର ହେବ ବ୍ୟବଚ୍ଛେଦ, ଜଣାପଡିବ ପ୍ରକୃତ କାରଣ

ସମ୍ୱଲପୁର ୨୭/୦୧: ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣାରେ ଆଜି ହେବ ବ୍ୟବଚ୍ଛେଦ । ରବିବାର ସନ୍ଧ୍ୟା ହେବା କାରଣରୁ ପୋଷ୍ଟମର୍ଟମ ହୋଇ ପାରିନଥିଲା । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ବିଭାଗ ଏପର୍ଯ୍ୟନ୍ତ କାରଣ ସ୍ପଷ୍ଚ କରିନାହିଁ । 

ସମ୍ବଲପୁର ଡିଭିଜନ୍ ସଦର ରେଞ୍ଜ ଲବଡେରା-ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲରେ ହାତୀ ମୃତ୍ୟୁ ହୋଇଛି । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା । ହେଲେ ସନ୍ଧ୍ୟା ହେବାରୁ ବ୍ୟବଚ୍ଛେଦ ହୋଇପାରିନି । ବ୍ୟବଚ୍ଛେଦ ହୋଇନପାରିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି । 

ସୂଚନା ଥାଉକି, ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଡିଭିଜନ୍ ସଦର ରେଞ୍ଜ ଲବଡେରା- ବୋଲବଙ୍ଗା ସଂରକ୍ଷିତ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି । ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବନ ବିଭାଗ ଏନେଇ ମୁହଁ ଖୋଲିନି । 

also read...

୩ଦିନ ଧରି ଚାଲିବ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଅଛନ୍ତି ୯ଟିମ୍‌