ଆସନ୍ତା କାଲି ଠାରୁ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଫେବୃଆରୀରେ ବର୍ଷାରେ ଭିଜିବ ରାଜ୍ୟ । ୨୦ ରୁ ୨୩ ତାରିଖ ମଧ୍ୟରେ ରାଜ୍ୟରେ ୯ ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ପଶ୍ଚିମାଝଡ ସହ ଟ୍ରପ୍ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୧ ତାରିଖରେ ୭ ଜିଲାକୁ ଅରେଞ୍ଜ ଓ ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି […]

ଭୁବନେଶ୍ୱର : ଫେବୃଆରୀରେ ବର୍ଷାରେ ଭିଜିବ ରାଜ୍ୟ । ୨୦ ରୁ ୨୩ ତାରିଖ ମଧ୍ୟରେ ରାଜ୍ୟରେ ୯ ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ପଶ୍ଚିମାଝଡ ସହ ଟ୍ରପ୍ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୨୧ ତାରିଖରେ ୭ ଜିଲାକୁ ଅରେଞ୍ଜ ଓ ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୨ ଓ ୨୩ ତାରିଖରେ ମଧ୍ୟ ଉତ୍ତର ଓ ଉପକୂଳରେ ବର୍ଷା ସମ୍ଭାବନା ରହିଛି । ସେହିପରି ଘଡ଼ଘଡି ସହିତ କୁଆପଥର ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱରକୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରାହ୍ଣ ସମୟରେ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।