ଧମଦାର ବିଜୟ ସହ ସେମିରେ ରେସଲର୍ ଅମନ ସେହରାୱତ, ନିଶ୍ଚିତ ପଦକଠାରୁ ଗୋଟିଏ ବିଜୟ ଦୂରରେ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତିରୁ ପଦକ ଆଶା ଏବେ ଜୀବିତ । କୁସ୍ତି ଯୋଦ୍ଧା ଅମନ ସେହରାୱତ ୫୭ କେଜି ବର୍ଗ ଫ୍ରି-ଷ୍ଟାଇଲ୍ ରେସଲିଙ୍ଗରେ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅମନ ସେହରାୱତ ଅଲ୍ବିନିଆର କୁସ୍ତି ଯୁଦ୍ଧାଙ୍କୁ ୧୧-୦ରେ ପରାସ୍ତ କରିଛନ୍ତି । ଏହା ବିଜୟ ସହ ଅମନ ସେହରାୱତ ଅଲିମ୍ପିକ୍ସ ପଦକ ନିକଟତର ହୋଇଛନ୍ତି । ଯଦି ଅମନ ସେମିଫାଇନାଲରେ ବିଜୟୀ ହୁଅନ୍ତି ତେବେ ଭାରତ ପାଇଁ ପଦକ ନିଶ୍ଚିତ ହେବ । ତେବେ ଦେଶବାସୀ ଅମନଙ୍କଠାରୁ ସ୍ୱର୍ଣ୍ଣ ଆଶା ରଖିଛନ୍ତି ।ଅମନ ସେହରାୱତ ସେମିଫାଇନାଲରେ ଜାପାନର ରି ହିଗୁଚିଙ୍କୁ ସାମନା କରିବେ । ଏହି ମୁକାବିଲା ଭାରତୀୟ ସମୟ ଅନୁସାରେ ରାତି ୯.୪୫ ମିନିଟରେ ଖେଳାଯିବ । ହିଗୁଚି ୨୦୧୬ରେ ରୌପ୍ୟ ପଦକ ଜିତିଥିଲେ ।ଅମନ ସେହରାୱାତ ଅଲବାନିଆର ଅବକାରୋଭଙ୍କୁ କ୍ୱାର୍ଟର ଫାଇନାଲରେ ୨ ମିନିଟ୍ ସମୟ ବଳକା ଥାଇ ହରାଇଛନ୍ତି । ମୁକାବିଲାର କିଛି ମିନିଟରେ ଅମନ ନିଜ ପ୍ରତିପକ୍ଷଠାରୁ ଲିଡ୍ ନେଇଥିଲେ । ଏହାର କିଛି ସେକେଣ୍ଡ ପରେ ହିଁ ନିଜ ଲିଡ୍କୁ ସେ ୧୧-୦ କରିଥିଲେ । ଏହାପରେ ପ୍ରତିପକ୍ଷ ଖେଳାଳି ରିଭ୍ୟୁ ନେଇଥିଲେ । କିନ୍ତୁ ଏହାର କୌଣସି ଲାଭ ହେଲା ନାହିଁ । ନିୟମ ଅନୁସାରେ ଯଦି କୌଣସି କୁସ୍ତି ଯୋଦ୍ଧା ନିଜ ପ୍ରତିପକ୍ଷଙ୍କାଠାରୁ ୧୦ ଅଙ୍କ ଲିଡ୍ କରନ୍ତି ତେବେ ସେଠାରେ ହିଁ ମୁକାବିଲା ଶେଷ ହୋଇଥାଏ । ଏହି କାରଣରୁ ସମୟ ପୂର୍ବରୁ ହିଁ ମ୍ୟାଚ୍ ଶେ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ କୁସ୍ତିରୁ ପଦକ ଆଶା ଏବେ ଜୀବିତ । କୁସ୍ତି ଯୋଦ୍ଧା ଅମନ ସେହରାୱତ ୫୭ କେଜି ବର୍ଗ ଫ୍ରି-ଷ୍ଟାଇଲ୍ ରେସଲିଙ୍ଗରେ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅମନ ସେହରାୱତ ଅଲ୍ବିନିଆର କୁସ୍ତି ଯୁଦ୍ଧାଙ୍କୁ ୧୧-୦ରେ ପରାସ୍ତ କରିଛନ୍ତି । ଏହା ବିଜୟ ସହ ଅମନ ସେହରାୱତ ଅଲିମ୍ପିକ୍ସ ପଦକ ନିକଟତର ହୋଇଛନ୍ତି । ଯଦି ଅମନ ସେମିଫାଇନାଲରେ ବିଜୟୀ ହୁଅନ୍ତି ତେବେ ଭାରତ ପାଇଁ ପଦକ ନିଶ୍ଚିତ ହେବ । ତେବେ ଦେଶବାସୀ ଅମନଙ୍କଠାରୁ ସ୍ୱର୍ଣ୍ଣ ଆଶା ରଖିଛନ୍ତି ।
ଅମନ ସେହରାୱତ ସେମିଫାଇନାଲରେ ଜାପାନର ରି ହିଗୁଚିଙ୍କୁ ସାମନା କରିବେ । ଏହି ମୁକାବିଲା ଭାରତୀୟ ସମୟ ଅନୁସାରେ ରାତି ୯.୪୫ ମିନିଟରେ ଖେଳାଯିବ । ହିଗୁଚି ୨୦୧୬ରେ ରୌପ୍ୟ ପଦକ ଜିତିଥିଲେ ।
ଅମନ ସେହରାୱାତ ଅଲବାନିଆର ଅବକାରୋଭଙ୍କୁ କ୍ୱାର୍ଟର ଫାଇନାଲରେ ୨ ମିନିଟ୍ ସମୟ ବଳକା ଥାଇ ହରାଇଛନ୍ତି । ମୁକାବିଲାର କିଛି ମିନିଟରେ ଅମନ ନିଜ ପ୍ରତିପକ୍ଷଠାରୁ ଲିଡ୍ ନେଇଥିଲେ । ଏହାର କିଛି ସେକେଣ୍ଡ ପରେ ହିଁ ନିଜ ଲିଡ୍କୁ ସେ ୧୧-୦ କରିଥିଲେ । ଏହାପରେ ପ୍ରତିପକ୍ଷ ଖେଳାଳି ରିଭ୍ୟୁ ନେଇଥିଲେ । କିନ୍ତୁ ଏହାର କୌଣସି ଲାଭ ହେଲା ନାହିଁ । ନିୟମ ଅନୁସାରେ ଯଦି କୌଣସି କୁସ୍ତି ଯୋଦ୍ଧା ନିଜ ପ୍ରତିପକ୍ଷଙ୍କାଠାରୁ ୧୦ ଅଙ୍କ ଲିଡ୍ କରନ୍ତି ତେବେ ସେଠାରେ ହିଁ ମୁକାବିଲା ଶେଷ ହୋଇଥାଏ । ଏହି କାରଣରୁ ସମୟ ପୂର୍ବରୁ ହିଁ ମ୍ୟାଚ୍ ଶେଷ ହୋଇଥିଲା । ଏହା ପୂର୍ବରୁ ଅମିନ ସେହରାୱତ ପ୍ରି କ୍ୱାର୍ଟସରେ ମେସେଡୋନିଆର ଭ୍ଲାଦିମିର ଏଗୋରାଭଙ୍କୁ ୧୦-୦ରେ ହରାଇଥିଲେ ।