ପାକିସ୍ତାନ ଯାଉଥିବା ଚୀନ୍ ଜାହାଜ ମୁମ୍ବାଇ ବନ୍ଦରରେ ଅଟକିଲା

ମୁମ୍ବାଇ : ପରମାଣୁ ଅସ୍ତ୍ର ତିଆରି ପାଇଁ ବ୍ୟବହାର ହେବାକୁ ଥିବା ସାମଗ୍ରର ଚାଲାଣ ସନ୍ଦେହରେ ଚୀନରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ଗତମାସରେ ମୁମ୍ବାଇରେ ଅଟକା ଯାଇଥିଲା। ପାକିସ୍ତାନର ଆଣବିକ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଚୀନ୍ ପର୍ଯ୍ୟାପ୍ତ ସାମଗ୍ରୀ ଯୋଗାଣ କରୁଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଭଳି ସାମଗ୍ରୀ ବୋଝେଇ ହୋଇଥିବା ଏକ ଜାହାଜକୁ ସୁରକ୍ଷା ସଂସ୍ଥାମାନେ ମୁମ୍ବାଇର ନହାୱା ସେବା ବନ୍ଦରରେ ଜାନୁଆରି ୨୩ ତାରିଖରେ ଅଟକାଇବା ସହ ବ୍ୟାପକ […]

ପାକିସ୍ତାନ ଯାଉଥିବା ଚୀନ୍ ଜାହାଜ ମୁମ୍ବାଇ ବନ୍ଦରରେ ଅଟକିଲା

ମୁମ୍ବାଇ : ପରମାଣୁ ଅସ୍ତ୍ର ତିଆରି ପାଇଁ ବ୍ୟବହାର ହେବାକୁ ଥିବା ସାମଗ୍ରର ଚାଲାଣ ସନ୍ଦେହରେ ଚୀନରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ଗତମାସରେ ମୁମ୍ବାଇରେ ଅଟକା ଯାଇଥିଲା। ପାକିସ୍ତାନର ଆଣବିକ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଚୀନ୍ ପର୍ଯ୍ୟାପ୍ତ ସାମଗ୍ରୀ ଯୋଗାଣ କରୁଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଭଳି ସାମଗ୍ରୀ ବୋଝେଇ ହୋଇଥିବା ଏକ ଜାହାଜକୁ ସୁରକ୍ଷା ସଂସ୍ଥାମାନେ ମୁମ୍ବାଇର ନହାୱା ସେବା ବନ୍ଦରରେ ଜାନୁଆରି ୨୩ ତାରିଖରେ ଅଟକାଇବା ସହ ବ୍ୟାପକ ଖୋଳତାଡ଼ କରିଥିଲେ। ଡିଆରଡିଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଏକ ଟିମ୍ ଜାହାଜରେ ଚାଲାଣ ହେଉଥିବା ସାମଗ୍ରୀକୁ ଯାଞ୍ଚ କରିବା ସହ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମରେ ଏହାର ସମ୍ଭାବ୍ୟ ବ୍ୟବହାରକୁ ନିଶ୍ଚିତ କରିଛନ୍ତି। । ଉଲ୍ଲେଖଯୋଗ୍ୟ, ଉତ୍ତର କୋରିଆ ତା’ର ପରମାଣୁ କାର୍ଯ୍ୟକ୍ରମରେ ଯେଉଁସବୁ ଯନ୍ତ୍ରାଂଶ ବ୍ୟବହାର କରୁଛି, ଠିକ୍ ସେଭଳି ସାମଗ୍ରୀ ସବୁ ଏହି ଜାହାଜରେ ଠାବ କରାଯାଇଛି।