ପୋଖରୀରେରେ ବୁଡି ୨ ଶିଶୁ ମୃତ
ରେଢ଼ାଖୋଲ: ରେଢ଼ାଖୋଲରେ ଅଘଟଣ I ପୋଖରୀ ରେ ବୁଡ଼ିଯାଇ ୨ ଭାଙ୍କୁ ମୃତ୍ୟୁ I ସହର କଳିନ୍ଦର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି I ମୃତକମାନେ ହେଲେ ଅନୁଗୋଳ ଜିଲ୍ଲା ଟିକରପଡା ପୁରୁଣା କୋଟ ଥାନା ଅଂଚଳର ଟୁକୁନା ସେଠଙ୍କ ଦୁଇ ପୁଅ ଶ୍ରୀୟାଂଶୁ ସେଠ ଓ ପ୍ରିୟାଂଶୁ ସେଠ। ଜଣଙ୍କ ବୟସ ସାଢେ ୩ବର୍ଷ ଓ ଅନ୍ୟ ଜଣେ ଅଢେଇ ବର୍ଷ I ଘର ନିକଟ କୁକୁଡ଼ା ଫାର୍ମ ନିକଟରେ ଖେଳୁଥିବାବେଳେ ପୋଖରୀରେ ବୁଡି […]

ରେଢ଼ାଖୋଲ: ରେଢ଼ାଖୋଲରେ ଅଘଟଣ I ପୋଖରୀ ରେ ବୁଡ଼ିଯାଇ ୨ ଭାଙ୍କୁ ମୃତ୍ୟୁ I ସହର କଳିନ୍ଦର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି I ମୃତକମାନେ ହେଲେ ଅନୁଗୋଳ ଜିଲ୍ଲା ଟିକରପଡା ପୁରୁଣା କୋଟ ଥାନା ଅଂଚଳର ଟୁକୁନା ସେଠଙ୍କ ଦୁଇ ପୁଅ ଶ୍ରୀୟାଂଶୁ ସେଠ ଓ ପ୍ରିୟାଂଶୁ ସେଠ। ଜଣଙ୍କ ବୟସ ସାଢେ ୩ବର୍ଷ ଓ ଅନ୍ୟ ଜଣେ ଅଢେଇ ବର୍ଷ I ଘର ନିକଟ କୁକୁଡ଼ା ଫାର୍ମ ନିକଟରେ ଖେଳୁଥିବାବେଳେ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି ।
ଘଟନାନୁସାରେ, ଶନିବାର ଦୁଇ ପିଲାଙ୍କ ବାପା ମା’ କଳିନ୍ଦର ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମରେ କାମ କରୁଥିଲେ ଏହି ସମୟରେ ଦୁଇ ପିଲା ସେଠାରେ ଖେଳୁଥିବା ସମୟରେ ନିକଟସ୍ଥ ପୋଖରୀ ଭିତରକୁ ଚାଲିଯାଇ ବୁଡି ଯାଇଥିଲେ। ଦୁଇ ପୁଅଙ୍କୁ ନପାଇ ଖୋଜା ଖୋଜି କରିବା ସମୟରେ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ପାଇ ଥିଲେ। ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।