ଜେଟ୍ ସୁଟ୍ର କମାଲ
ଜରୁରୀ ହେଲିକପଫର ସେବା ଯୋଗାଇ ଆସୁଥିବା ବ୍ରିଟେନ୍ର ଦାତବ୍ୟ ସଂସ୍ଥା ଗ୍ରେଟ୍ ନର୍ଥ ଏୟାର୍ ଆମ୍ବୁଲାନ୍ସ ସର୍ଭିସ୍ (ଜିଏନ୍ଏଏଏସ୍) ପକ୍ଷରୁ ୨୦୨୦ରେ କରାଯାଇଥିବା ନୂଆ ଇନ୍ଭେନ୍ସନ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏହି ସଂସ୍ଥା ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବ୍ୟକ୍ତିଙ୍କ ପାଇଁ ଯେଉଁ ଜେଟ୍ ସୁଟ୍ର ପରୀକ୍ଷଣ କରାଯାଇଥିଲା ତାହା ଏବେ ସମ୍ପୂର୍ଣ୍ଣ ଫଳପ୍ରସୁ ହେବାକୁ ଯାଉଛି । ଲେକ୍ ଡିଷ୍ଟ୍ରିକଫରେ ହୋଇଥିବା ପରୀକ୍ଷାରେ ଜେଟ୍ ସୁଟ୍ ପିନ୍ଧି ଜଣେ ପାରାମେଡିକ୍ ୩୦ ମିନିଟର ପାଦଚଲା […]

ଜରୁରୀ ହେଲିକପଫର ସେବା ଯୋଗାଇ ଆସୁଥିବା ବ୍ରିଟେନ୍ର ଦାତବ୍ୟ ସଂସ୍ଥା ଗ୍ରେଟ୍ ନର୍ଥ ଏୟାର୍ ଆମ୍ବୁଲାନ୍ସ ସର୍ଭିସ୍ (ଜିଏନ୍ଏଏଏସ୍) ପକ୍ଷରୁ ୨୦୨୦ରେ କରାଯାଇଥିବା ନୂଆ ଇନ୍ଭେନ୍ସନ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏହି ସଂସ୍ଥା ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବ୍ୟକ୍ତିଙ୍କ ପାଇଁ ଯେଉଁ ଜେଟ୍ ସୁଟ୍ର ପରୀକ୍ଷଣ କରାଯାଇଥିଲା ତାହା ଏବେ ସମ୍ପୂର୍ଣ୍ଣ ଫଳପ୍ରସୁ ହେବାକୁ ଯାଉଛି । ଲେକ୍ ଡିଷ୍ଟ୍ରିକଫରେ ହୋଇଥିବା ପରୀକ୍ଷାରେ ଜେଟ୍ ସୁଟ୍ ପିନ୍ଧି ଜଣେ ପାରାମେଡିକ୍ ୩୦ ମିନିଟର ପାଦଚଲା ବାଟକୁ ମାତ୍ର ୯୦ ସେକେଣ୍ଡରେ ଅତିକ୍ରମ କରୁଥିବା ବେଳେ ଏବେ ଏଥିରେ ଫ୍ଲାଇଟ୍ ମୋଡ୍ ଆଡ୍ କରାଯାଇଛି । ଫଳରେ ଏହି ସୁଟ୍ ପରିହିତ ପାରାମେଡିକ ଦୁର୍ଗମ ପଥକୁ ଆଖି ପିଛୁଳାକେ ଅତିକ୍ରମ କରି ଟାର୍ଗେଟ୍ଙ୍କ ପାଖରେ ପହଞ୍ଚି ପାରିବ । ଗ୍ରାଭିଟି ଇଣ୍ଡଷ୍ଟ୍ରିଜ୍ର ପ୍ରତିଷ୍ଠାତା ତଥା ଚିଫ୍ ପାଇଲଟ୍ ରିଚାର୍ଡ ବ୍ରାଉନିଂ ଦୁର୍ଗମ ପାର୍ବତ୍ୟ ଇଲାକାରେ ଆଶୁ ଚିକିତ୍ସା ଯୋଗାଇବା ଉଦ୍ଦେଶ୍ୟରେ ଏହି ଅଦ୍ଭୁତ ଜେଟ୍ ସୁଟ୍ ଉଦ୍ଭାବନ କରିଥିଲେ ଯାହା ଏବେ ଉପଯୋଗୀ ସାବ୍ୟସ୍ତ ହେବାକୁ ଯାଉଛି । ଜେଟ୍ ସୁଟ୍ର ଦୁଇ ହାତରେ ଦୁଇଟି ଓ ପଛପଟେ ଗୋଟିଏ ମିନି ଇଞ୍ଜିନ୍ ଖଞ୍ଜି ଦିଆଯାଇଛି । ହାତ ଟିକିଏ ବୁଲେଇ ଆରୋହୀ ନିଜ ଗତିପଥ ବା ଯାତ୍ରାର ଦିଗ ବଦଳାଇ ପାରିବା ସହ ସାଙ୍ଗରେ ମେଡିକାଲ୍ କିଟ୍ ନେଇ ରୋଗୀକୁ ମଧ୍ୟ ଜରୁରୀ ଚିକିତ୍ସା ଯୋଗାଇ ପାରିବ । ଦୁର୍ଘଟଣାରେ ଆହତ ହେଉଥିବା ପର୍ବତାରୋହୀମାନଙ୍କ ପାଖରେ ଜେଟ୍ ସୁୁଟ୍ ପିନ୍ଧିଥିବା ପାରାମେଡିକ୍ କିଛିକ୍ଷଣ ମଧ୍ୟରେ ପହଞ୍ଚିପାରିବେ । ଜେଟ୍ ପ୍ୟାକ୍ରେ ଚିକିତ୍ସକ ଘଣ୍ଟାକର ବାଟକୁ ଦୁଇ ତିନି ମିନିଟ୍ରେ ଅତିକ୍ରମ କରି ରୋଗୀର ଜୀବନ ରକ୍ଷା କରିପାରିବେ । ଏହି ଜେଟ୍ ସୁୁଟ୍ ସାହାଯ୍ୟରେ ଚିକିତ୍ସକ ପାହାଡ଼ ଶୃଙ୍ଗ, ଅଧିତ୍ୟକା ବ ଉପତ୍ୟକା ଭଳି ଦୁର୍ଗମ ସ୍ଥାନରେ ମୁହୂର୍ତ୍ତକ ମଧ୍ୟରେ ପହଞ୍ଚିପାରିବେ ।