ରାମଲାଲାଙ୍କ ଦର୍ଶନ ପାଇଁ ୩ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼
ଅଯୋଧ୍ୟା: ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିର ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି। ପ୍ରାଣ ପ୍ରତିଷ୍ଠା ସମାରୋହର ଗୋଟିଏ ଦିନ ପରେ ଆଜି ସକାଳେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ପ୍ରଥମ ଦିନରେ ରାମମନ୍ଦିରକୁ ଆସିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଗୃହ ବିଭାଗର ପ୍ରମୁଖ ସଚିବ ତଥା ଡିଜି ପ୍ରଶାନ୍ତ କୁମାରଙ୍କ ସହ ଆଜି ସହରର ଆକାଶମାର୍ଗରୁ ସ୍ଥିତି […]

ଅଯୋଧ୍ୟା: ଅଯୋଧ୍ୟାରେ ନବନିର୍ମିତ ରାମମନ୍ଦିର ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି। ପ୍ରାଣ ପ୍ରତିଷ୍ଠା ସମାରୋହର ଗୋଟିଏ ଦିନ ପରେ ଆଜି ସକାଳେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ପ୍ରଥମ ଦିନରେ ରାମମନ୍ଦିରକୁ ଆସିଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଗୃହ ବିଭାଗର ପ୍ରମୁଖ ସଚିବ ତଥା ଡିଜି ପ୍ରଶାନ୍ତ କୁମାରଙ୍କ ସହ ଆଜି ସହରର ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ତୀର୍ଥଯାତ୍ରାର ଗ୍ୟାରେଣ୍ଟି ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ରାମମନ୍ଦିର ପ୍ରତିଦିନ ସକାଳ ୭ଟାରୁ ସାଢ଼େ ୧୧ଟା ଏବଂ ପରେ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲାଯିବାର ବ୍ୟବସ୍ଥା କରାଯାଇଛି। ରାତି ୩ଟାରୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରି ରାମଲାଲାଙ୍କ ଦର୍ଶନ ଓ ପୂଜାର୍ଚ୍ଚନାପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରବଳ ଭିଡ଼ ଯୋଗୁଁ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଥିଲା। ସକାଳେ କେବଳ ମନ୍ଦିର ପରିସରରେ ଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା। ଅପରାହ୍ଣ ୨ଟାରୁ ନୂଆ ପର୍ଯ୍ୟଟକଙ୍କ ପ୍ରବେଶ ଆରମ୍ଭ ହୋଇଥିଲା।