Pakistan Election: ପାକିସ୍ତାନରେ ମତଦାନ ଜାରି; ମୋବାଇଲ-ଇଣ୍ଟରନେଟ୍ ସେବା ବନ୍ଦ
ଇସଲାମାବାଦ,୮।୨: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି(ଭାରତୀୟ ସମୟ ଅନୁଯାୟୀ ସକାଳ ୮.୩୦)। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି। ଏହାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାଢ଼େ ୬ ଲକ୍ଷ ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସାଢ଼େ ୫.୩୦ରେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନରେ ୫,୧୨୧ ପ୍ରାର୍ଥୀ ନିଜ ଭାଗ୍ୟ ଚେଷ୍ଟା […] The post Pakistan Election: ପାକିସ୍ତାନରେ ମତଦାନ ଜାରି; ମୋବାଇଲ-ଇଣ୍ଟରନେଟ୍ ସେବା ବନ୍ଦ appeared first on Dharitri Odia News.
ଇସଲାମାବାଦ,୮।୨: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି(ଭାରତୀୟ ସମୟ ଅନୁଯାୟୀ ସକାଳ ୮.୩୦)। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି। ଏହାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାଢ଼େ ୬ ଲକ୍ଷ ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସାଢ଼େ ୫.୩୦ରେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନରେ ୫,୧୨୧ ପ୍ରାର୍ଥୀ ନିଜ ଭାଗ୍ୟ ଚେଷ୍ଟା କରୁଛନ୍ତି। ସେଥିମଧ୍ୟରୁ ୪,୮୦୬ ଜଣ ପୁରୁଷ, ୩୧୨ ଜଣ ମହିଳା ଏବଂ ଦୁଇଜଣ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ଅଛନ୍ତି।
ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନରେ ୧୨.୮୫ କୋଟି ଭୋଟର ନୂତନ ସରକାର ଚୟନ କରିବେ। ଏଥିପାଇଁ ତିନିଟି ଦଳ ପିଟିଆଇ(PTI), ପିଏମ୍ଏନ୍-ଏଲ୍(PMN-L)ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ହେବ। ସାଧାରଣ ନିର୍ବାଚନ ପାଇଁ ୯,୦୭,୬୭୫ ମତଦାନ କେନ୍ଦ୍ର ଗଠନ କରାଯାଇଛି। ଏହି ନିର୍ବାଚନରେ ନୱାଜ ଶରିଫ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ବୋଲି କୁହାଯାଇଛି।
The post Pakistan Election: ପାକିସ୍ତାନରେ ମତଦାନ ଜାରି; ମୋବାଇଲ-ଇଣ୍ଟରନେଟ୍ ସେବା ବନ୍ଦ appeared first on Dharitri Odia News.