ଆଦାନୀ ହେବେ ଟ୍ରିଲିୟନେୟାର

ନୂଆଦିଲ୍ଲୀ, ୧୦।୯ (ଅଭୟ ଦାଶ): ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ୨୦୨୭ରେ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଟ୍ରିଲିୟନେୟାର ତାଲିକାରେ ସାମିଲ ହେବେ। ଏପରିକି ସେତେବେଳକୁ ତାଙ୍କ ସମ୍ପତ୍ତି ଏକ ହଜାର ବିଲିୟନ ଡଲାରରୁ ଅଧିକ ହୋଇଯିବ ବୋଲି ସୋମବାର ଇନଫୋର୍ମା କନେକ୍ଟ ଏକାଡେମୀ ରିପୋର୍ଟରେ ପ୍ରକାଶ ପାଇଛି। ସେହିଭଳି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ୨୦୨୮ ସୁଦ୍ଧା ଟ୍ରିଲିୟନେୟାର ଭାବେ ପରିଗଣିତ ହେବେ। ଏସିଆର ସବୁଠୁ ଧନୀ ବ୍ୟକ୍ତି […] The post ଆଦାନୀ ହେବେ ଟ୍ରିଲିୟନେୟାର appeared first on Dharitri Odia News.

ଆଦାନୀ ହେବେ ଟ୍ରିଲିୟନେୟାର

ନୂଆଦିଲ୍ଲୀ, ୧୦।୯ (ଅଭୟ ଦାଶ): ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ୨୦୨୭ରେ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଟ୍ରିଲିୟନେୟାର ତାଲିକାରେ ସାମିଲ ହେବେ। ଏପରିକି ସେତେବେଳକୁ ତାଙ୍କ ସମ୍ପତ୍ତି ଏକ ହଜାର ବିଲିୟନ ଡଲାରରୁ ଅଧିକ ହୋଇଯିବ ବୋଲି ସୋମବାର ଇନଫୋର୍ମା କନେକ୍ଟ ଏକାଡେମୀ ରିପୋର୍ଟରେ ପ୍ରକାଶ ପାଇଛି। ସେହିଭଳି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ୨୦୨୮ ସୁଦ୍ଧା ଟ୍ରିଲିୟନେୟାର ଭାବେ ପରିଗଣିତ ହେବେ। ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ମଧ୍ୟ ୨୦୩୩ ସୁଦ୍ଧା ଟ୍ରିଲିୟନେୟାର ହେବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରିକି ଆଗାମୀ ୩ ବର୍ଷ ଧରି ମସ୍କଙ୍କର ସମ୍ପତ୍ତି ବାର୍ଷିକ ହାରାହାରି ୧୧୦% ଅଭିବୃଦ୍ଧି ହାରରେ ବଢ଼ିବ। ସେହିପରି ଓ୍ବାର୍ଲଡ୍‌ ବିଲିୟନ ଇଣ୍ଚେକ୍ସରେ ୧୩ତମ ସ୍ଥାନରେ ଥିବା ଆଦାନୀଙ୍କର ସମ୍ପତ୍ତି ୨୦୨୮ ମଧ୍ୟରେ ୧୨୩% ଅଭିବୃଦ୍ଧି ହାରରେ ବଢ଼ିବ ବୋଲି ଉକ୍ତ ରିପୋର୍ଟ ଆକଳନ କରାଯାଇଛି।

The post ଆଦାନୀ ହେବେ ଟ୍ରିଲିୟନେୟାର appeared first on Dharitri Odia News.