ଆକ୍ରମଣର ପ୍ରତିଶୋଧ ନେବ ଆମେରିକା
ଓ୍ବାଶିଂଟନ,୨।୨: ଇସ୍ରାଏଲ୍-ହମାସ ଯୁଦ୍ଧ ଏବେ ଦୁଇ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ଉଭୟ ପକ୍ଷର ଲଢ଼େଇ ଯୋଗୁ ମଧ୍ୟପ୍ରାଚ୍ୟ ଓ ଆମେରିକା ସମେତ ୟୁରୋପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ଲଗାତର ଭାବେ ଲୋହିତ ସାଗରରେ ବିଦେଶୀ ଜାହାଜଗୁଡ଼ିକୁ ଟାର୍ଗେଟ କରୁଥିବା ବେଳେ ସେମାନଙ୍କୁ ନିପାତ କରିବା ପାଇଁ ଆମେରିକା ପଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଜାହାଜଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ କରୁଥିବା ହୁଟି […] The post ଆକ୍ରମଣର ପ୍ରତିଶୋଧ ନେବ ଆମେରିକା appeared first on Dharitri Odia News.
ଓ୍ବାଶିଂଟନ,୨।୨: ଇସ୍ରାଏଲ୍-ହମାସ ଯୁଦ୍ଧ ଏବେ ଦୁଇ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ଉଭୟ ପକ୍ଷର ଲଢ଼େଇ ଯୋଗୁ ମଧ୍ୟପ୍ରାଚ୍ୟ ଓ ଆମେରିକା ସମେତ ୟୁରୋପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ଲଗାତର ଭାବେ ଲୋହିତ ସାଗରରେ ବିଦେଶୀ ଜାହାଜଗୁଡ଼ିକୁ ଟାର୍ଗେଟ କରୁଥିବା ବେଳେ ସେମାନଙ୍କୁ ନିପାତ କରିବା ପାଇଁ ଆମେରିକା ପଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଜାହାଜଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ କରୁଥିବା ହୁଟି ବିଦ୍ରୋହୀମାନେ ଜୋର୍ଡାନ ସୀମାରେ ୩ ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରିଥିଲେ। ସେମାନଙ୍କୁ ନିପାତ କରିବା ସମୟ ବର୍ତ୍ତମାନ ଆସିଛି।
ପ୍ରକାଶ ଯେ, ଗତ ରବିବାର ସିରିଆ ସୀମାବର୍ତ୍ତୀ ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଡ୍ରୋନ୍ ଆକ୍ରମଣ ହେବାରୁ ୩ ସୈନ୍ୟ ନିହତ ହେବା ସହ ୩୪ ଆହତ ହୋଇଥିଲେ। ସିରିଆ ଏବଂ ଇରାକ୍ରେ ସକ୍ରିୟ ଥିବା ଇରାନ ସମର୍ଥତ୍ତ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ। ଗାଜାରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍ ଯୁଦ୍ଧ ଚଳାଇଥିବା ବେଳେ ମଧ୍ୟପ୍ରାଚ୍ୟରେ ପ୍ରଥମ ଥର ପାଇଁ ଆମେରିକା ସୈନ୍ୟ ନିହତ ହୋଇଥିଲେ। ଆମେରିକା ସେନା ଜୋର୍ଡାନକୁ ଏହାର ବେସିଂ ପଏଣ୍ଟ ଭାବେ ବ୍ୟବହାର କରିଆସୁଛି। ସେଠାରେ ପ୍ରାୟ ୩,୦୦୦ ଆମେରିକୀୟ ସୈନ୍ୟ ରହିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ୍ ହମାସ ଯୁଦ୍ଧ ଆରମ୍ଭ ହେବା ପରଠୁ ଇରାନ ସମର୍ଥତ୍ତ ଆତଙ୍କବାଦୀମାନେ ଇରାକ ଓ ସିରିଆରେ ଥିବା ଆମେରିକା ସେନା ଘାଟି ଉପରେ ଅନୂ୍ୟନ ୧୬୬ ଥର ରକେଟ, ମିଶାଇଲ ଓ ଡ୍ରୋନ୍ ଆକ୍ରମଣ କଲେଣି। ଆମେରିକା ମଧ୍ୟ ୟେମେନରେ ହୁଟିଙ୍କୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍ କରିଛି।
The post ଆକ୍ରମଣର ପ୍ରତିଶୋଧ ନେବ ଆମେରିକା appeared first on Dharitri Odia News.