ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର

ଭୁବନେଶ୍ବର,୧୫।୩: ଭୁବନେଶ୍ବର ବୁଦ୍ଧବିହାରରେ ଶନିବାର ରାତିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ପରେ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ହୋଲିରେ ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଗଡ଼ିଛି ୨ ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ […] The post ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର appeared first on Dharitri Odia News.

ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର

ଭୁବନେଶ୍ବର,୧୫।୩: ଭୁବନେଶ୍ବର ବୁଦ୍ଧବିହାରରେ ଶନିବାର ରାତିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ପରେ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷେ ହୋଲିରେ ରକ୍ତ ରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଗଡ଼ିଛି ୨ ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ୱର ଥାନା ଅଧୀନ ସମେଇଗାଡିଆରେ ମଧ୍ୟ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।

ସୂଚନା ଯୋଗ୍ୟ, ଭୁବନେଶ୍ୱର ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ରଙ୍ଗ ଖେଳ ବେଳେ ୪ ଜଣ ଯୁବକ ଜଣେ ଯୁବକଙ୍କୁ ଛୁରି ଭୁଷି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେହିପରି ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ହୋଲି ଖେଳକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି।

The post ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର appeared first on Dharitri Odia News.