ସପିଂ ମଲ୍‌ ଠାରୁ ଏମିତି ବଦ୍‌ଲା ନେଲେ ମହିଳା; ଟଙ୍କା ଗଣିବା ପରେ ଫେରିଆସିଲେ

ନୂଆଦିଲ୍ଲୀ ୨୭।୦୮; ପ୍ରତିଶୋଧ ନେବାର ସର୍ବୋତ୍ତମ ଉପାୟ ହେଉଛି ଶାନ୍ତ ରହିବା ।  ଚାଇନାର ଜଣେ ମହିଳା ଏହାର ପ୍ରମାଣ କରିଛନ୍ତି। ମହିଳା କିଛି ମାସ ପୂର୍ବରୁ ଲଗଜରୀ ବ୍ରାଣ୍ଡ ଲୁଇ ଭ୍ୟୁଟନ୍ ଷ୍ଟୋର୍‌କୁ ଯାଇଥିଲେ। ସେ କହିଛନ୍ତି ଯେ ଦୋକାନ କର୍ମଚାରୀମାନେ ତାଙ୍କୁ ଅଣଦେଖା କରିଥିଲେ। ପ୍ରାୟ ଦୁଇମାସ ପରେ ମହିଳା ଜଣକ ତାଙ୍କ ଜଣେ ବନ୍ଧୁଙ୍କ ସହ ଭ୍ୟୁଟନ୍ କର୍ମଚାରୀଙ୍କଠାରୁ ପ୍ରତିଶୋଧ ନେବାକୁ ୬୮.୫୦ ଲକ୍ଷ ଟଙ୍କା ନେଇ ଦୋକାନକୁ ଯାଇଥିଲେ। ସେ ସେଠାରେ ସପିଂ ବିଲ ପାଇଁ କର୍ମଚାରୀଙ୍କୁ ୬୮.୫୦ ଲକ୍ଷ ଟଙ୍କା ଦେଇଥିଲେ। ଯେତେବେଳେ କର୍ମଚାରୀମାନେ ଟଙ୍କା ଗଣି ସାରିଥିଲେ, ସେତେବେଳେ ସପିଂ କରିଥିବା ଜିନିଷ ନେବାକୁ ମନା କରିଦେଇଥିଲେ। ତାଙ୍କ ଟଙ୍କା ନେଇ ଦୋକାନରୁ ବାହାରକୁ ଚାଲିଆସିଥିଲେ।ରିପୋର୍ଟ ଅନୁଯାୟୀ, ସୋସିଆଲ୍ ନେଟୱାର୍କିଂ ସାଇଟରେ ମହିଳାଙ୍କ "ଜିଆଓମାୟୁରେନ୍" ନାମକ ଏକ ଆକାଉଣ୍ଟ ଅଛି। ଜୁନ୍ ମାସରେ ସେ ଦକ୍ଷିଣ-ପଶ୍ଚିମ ଚାଇନାର ଚୋଙ୍ଗକିଙ୍ଗର ଷ୍ଟାର ଲାଇଟ୍ ପ୍ଲେସ୍ ସପିଂ ସେଣ୍ଟରକୁ ଯାଇଥିଲେ। ସେଠାରେ ଥିବା ଲୁଇ ଭ୍ୟୁଟନ୍‌ ଦୋକାନକୁ ପୋଷାକ କିଣିବାକୁ ଯାଇଥିଲେ ।ମହିଳା ଜଣକ କହିଛନ୍ତି ଯେ ସେଠାରେ ଥିବା କର୍ମଚାରୀମାନେ ତାଙ୍କୁ ସହ ଅଣଦେଖା କରିଥିଲେ। ଯେତେବେଳେ ମହିଳା ଜଣକ ପାଣି ମାଗିଥିଲେ, କର୍ମଚାରୀମାନେ ତାଙ୍କ କଥା ଶୁଳି ପଳାଇଥିଲେ। ଏହା ପରେ ମହିଳା ଜଣକ ଡ୍ରେସ୍‌ର ନୂଆ କଲେକସନ ଦେଖିବାକୁ ଚାହୁଁଥିଲେ। କିନ

ସପିଂ ମଲ୍‌ ଠାରୁ ଏମିତି ବଦ୍‌ଲା ନେଲେ ମହିଳା; ଟଙ୍କା ଗଣିବା ପରେ ଫେରିଆସିଲେ

ନୂଆଦିଲ୍ଲୀ ୨୭।୦୮; ପ୍ରତିଶୋଧ ନେବାର ସର୍ବୋତ୍ତମ ଉପାୟ ହେଉଛି ଶାନ୍ତ ରହିବା ।  ଚାଇନାର ଜଣେ ମହିଳା ଏହାର ପ୍ରମାଣ କରିଛନ୍ତି। ମହିଳା କିଛି ମାସ ପୂର୍ବରୁ ଲଗଜରୀ ବ୍ରାଣ୍ଡ ଲୁଇ ଭ୍ୟୁଟନ୍ ଷ୍ଟୋର୍‌କୁ ଯାଇଥିଲେ। ସେ କହିଛନ୍ତି ଯେ ଦୋକାନ କର୍ମଚାରୀମାନେ ତାଙ୍କୁ ଅଣଦେଖା କରିଥିଲେ। ପ୍ରାୟ ଦୁଇମାସ ପରେ ମହିଳା ଜଣକ ତାଙ୍କ ଜଣେ ବନ୍ଧୁଙ୍କ ସହ ଭ୍ୟୁଟନ୍ କର୍ମଚାରୀଙ୍କଠାରୁ ପ୍ରତିଶୋଧ ନେବାକୁ ୬୮.୫୦ ଲକ୍ଷ ଟଙ୍କା ନେଇ ଦୋକାନକୁ ଯାଇଥିଲେ। ସେ ସେଠାରେ ସପିଂ ବିଲ ପାଇଁ କର୍ମଚାରୀଙ୍କୁ ୬୮.୫୦ ଲକ୍ଷ ଟଙ୍କା ଦେଇଥିଲେ। ଯେତେବେଳେ କର୍ମଚାରୀମାନେ ଟଙ୍କା ଗଣି ସାରିଥିଲେ, ସେତେବେଳେ ସପିଂ କରିଥିବା ଜିନିଷ ନେବାକୁ ମନା କରିଦେଇଥିଲେ। ତାଙ୍କ ଟଙ୍କା ନେଇ ଦୋକାନରୁ ବାହାରକୁ ଚାଲିଆସିଥିଲେ।

ରିପୋର୍ଟ ଅନୁଯାୟୀ, ସୋସିଆଲ୍ ନେଟୱାର୍କିଂ ସାଇଟରେ ମହିଳାଙ୍କ "ଜିଆଓମାୟୁରେନ୍" ନାମକ ଏକ ଆକାଉଣ୍ଟ ଅଛି। ଜୁନ୍ ମାସରେ ସେ ଦକ୍ଷିଣ-ପଶ୍ଚିମ ଚାଇନାର ଚୋଙ୍ଗକିଙ୍ଗର ଷ୍ଟାର ଲାଇଟ୍ ପ୍ଲେସ୍ ସପିଂ ସେଣ୍ଟରକୁ ଯାଇଥିଲେ। ସେଠାରେ ଥିବା ଲୁଇ ଭ୍ୟୁଟନ୍‌ ଦୋକାନକୁ ପୋଷାକ କିଣିବାକୁ ଯାଇଥିଲେ ।

ମହିଳା ଜଣକ କହିଛନ୍ତି ଯେ ସେଠାରେ ଥିବା କର୍ମଚାରୀମାନେ ତାଙ୍କୁ ସହ ଅଣଦେଖା କରିଥିଲେ। ଯେତେବେଳେ ମହିଳା ଜଣକ ପାଣି ମାଗିଥିଲେ, କର୍ମଚାରୀମାନେ ତାଙ୍କ କଥା ଶୁଳି ପଳାଇଥିଲେ। ଏହା ପରେ ମହିଳା ଜଣକ ଡ୍ରେସ୍‌ର ନୂଆ କଲେକସନ ଦେଖିବାକୁ ଚାହୁଁଥିଲେ। କିନ୍ତୁ କର୍ମଚାରୀମାନେ ତାଙ୍କୁ ପୁରୁଣା କଲେକସନ ଦେଖାଇଥିଲେ। ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ କର୍ମଚାରୀମାନଙ୍କୁ ତାଙ୍କୁ ଅଧିକ ଡ୍ରେସ୍‌ ଦେଖାଇବାକୁ କହିଥିଲେ, ସେମାନେ ରାଗି ଯାଇଥିଲେ।

ଏହି ସବୁ ଘଟଣା ପରେ ମହିଳା ବ୍ରାଣ୍ଡର ମୁଖ୍ୟ କାର୍ଯ୍ୟାଳୟକୁ ଫୋନ କରିଥିଲେ। କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ । ଏନେଇ ମହିଳା ପ୍ରତିଶୋଧ ନେବାକୁ ଚିନ୍ତା କଲେ। ଦୁଇ ମାସ ପରେ ସେ ସମାନ ଦୋକାନକୁ ଯାଇଥିଲେ। ହାତରେ ୬୮ ଲକ୍ଷ ଟଙ୍କା ଭର୍ତ୍ତି ଏକ ବ୍ୟାଗ ଧରିଥିଲେ।  ମହିଳା ଜଣକ ତାଙ୍କ ସାଙ୍ଗ ଏବଂ ପର୍ସନାଲ ଆସିଟାଣ୍ଟ ସହ ଭିତରକୁ ଗଲେ । ତାଙ୍କ ବ୍ୟାଗରେ ଥିବା ଟଙ୍କା କର୍ମଚାରୀମାନଙ୍କୁ ଦେଇଥିଲେ। କହିଲେ ଆମେ ସପିଂ କରିବାକୁ ଯାଉଛୁ । ଆପଣ ଟଙ୍କା ଗଣିଦିଅନ୍ତୁ। କର୍ମଚାରୀମାନେ ଦୁଇ ଘଣ୍ଟା ବସି ଟଙ୍କା ଗଣନା କଲେ। କିନ୍ତୁ ପରେ ମହିଳା ଜଣକ କହିଥିଲେ ଯେ ସେ ଆଉ ସପିଂ କରିବାକୁ ଚାହୁଁନାହାଁନ୍ତି। ତିନିଜଣ ସେମାନଙ୍କ ଟଙ୍କା ବ୍ୟାଗ ଆଣି ବାହାରକୁ ଆସିଲେ। ବର୍ତ୍ତମାନ ଏହି ଘଟଣା ଚାଇନାର ଗଣମାଧ୍ୟମରେ ଅନେକ ଆଲୋଚନା ହେଉଛି।