ମାର୍ଚ୍ଚ ୬ରୁ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା
କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ହାଇସ୍କୁଲ ଓ ମଧ୍ୟମାର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୫ରେ ଶେଷ ହେବ। ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ନିଜ ହାଇସ୍କୁଲ ଓ ଟୋଲ୍ରେ ଦେବେ। ବୋର୍ଡ ପକ୍ଷରୁ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଅନ୍ଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ। ହାଇସ୍କୁଲ୍ର ମୁଖ୍ୟମାନେ ବୋର୍ଡ ଓ୍ବେବସାଇଟ୍ www.bseodisha.ac.inରେ ୟୁଜର ଆଇଡି ଓ ପାସ୍ଓ୍ବାର୍ଡ ଦ୍ୱାରା ଲଗ୍ ଇନ୍ କରି ପ୍ରଶ୍ନପତ୍ର ଡାଉନ୍ଲୋଡ୍ କରିବେ। […] The post ମାର୍ଚ୍ଚ ୬ରୁ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା appeared first on Dharitri Odia News.
କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ହାଇସ୍କୁଲ ଓ ମଧ୍ୟମାର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ୧୫ରେ ଶେଷ ହେବ। ଛାତ୍ରୀଛାତ୍ର ବାର୍ଷିକ ପରୀକ୍ଷା ନିଜ ହାଇସ୍କୁଲ ଓ ଟୋଲ୍ରେ ଦେବେ। ବୋର୍ଡ ପକ୍ଷରୁ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ଅନ୍ଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ। ହାଇସ୍କୁଲ୍ର ମୁଖ୍ୟମାନେ ବୋର୍ଡ ଓ୍ବେବସାଇଟ୍ www.bseodisha.ac.inରେ ୟୁଜର ଆଇଡି ଓ ପାସ୍ଓ୍ବାର୍ଡ ଦ୍ୱାରା ଲଗ୍ ଇନ୍ କରି ପ୍ରଶ୍ନପତ୍ର ଡାଉନ୍ଲୋଡ୍ କରିବେ। ପ୍ରତ୍ୟେକ ବିଷୟର ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳ ୭ଟାରୁ ୧୧ଟା ମଧ୍ୟରେ ଉପଲବ୍ଧ ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିବା ୧୧.୩୦ରେ ଶେଷ ହେବ। ଜିଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୂଲ୍ୟାୟନ କାର୍ଯ୍ୟ ମଧ୍ୟ ନିଜ ବିଦ୍ୟାଳୟରେ କରାଯିବ। ଏଥିସହ ପରବର୍ତ୍ତୀ ଶିକ୍ଷାବର୍ଷ ଆରମ୍ଭ ଅର୍ଥାତ ଏପ୍ରିଲ ପହିଲା ପୂର୍ବରୁ ବିଦ୍ୟାଳୟଗୁଡ଼ିକ ପରୀକ୍ଷାଫଳ ପ୍ରକାଶ କରିବେ।
ହାଇସ୍କୁଲ ନବମ ଶ୍ରେଣୀର ପରୀକ୍ଷା ସୂଚୀ ଅନୁସାରେ, ମାର୍ଚ୍ଚ ୬ରେ ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା(କେବଳ ଭିନ୍ନକ୍ଷମଙ୍କ ପାଇଁ), ୭ ତାରିଖରେ ତୃତୀୟ ଭାଷା ହିନ୍ଦୀ, ଓଡ଼ିଆ, ସଂସ୍କୃତ, ୯ ତାରିଖରେ ସାଧାରଣ ବିଜ୍ଞାନ, ୧୧ ତାରିଖରେ ଗଣିତ, ୧୨ ତାରିଖରେ ସାମାଜିକ ବିଜ୍ଞାନ ଓ ୧୩ ତାରିଖରେ ପ୍ରଥମ ଭାଷା ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଊର୍ଦ୍ଦୁ, ତେଲୁଗୁ ବିଷୟରେ ପରୀକ୍ଷା ହେବ।
ସେହିପରି ମଧ୍ୟମା ନବମ ଶ୍ରେଣୀର ପରୀକ୍ଷା ସୂଚୀ ଅନୁସାରେ, ମାର୍ଚ୍ଚ ୬ ତାରିଖରେ ଇଂରାଜୀ, ୭ ତାରିଖରେ ସଂସ୍କୃତ ସାହିତ୍ୟ, ୯ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ, ୧୧ ତାରିଖରେ ଗଣିତ, ୧୨ ତାରିଖରେ ସାମାଜିକ ବିଜ୍ଞାନ ଓ ୧୩ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ, ୧୪ ତାରିଖରେ ବିଜ୍ଞାନ ଓ ୧୫ ତାରିଖରେ ମାତୃଭାଷା ଓଡ଼ିଆ, ହିନ୍ଦୀ ବିଷୟରେ ପରୀକ୍ଷା ହେବ।
The post ମାର୍ଚ୍ଚ ୬ରୁ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା appeared first on Dharitri Odia News.