ଦୀର୍ଘ ବର୍ଷ ପରେ ଦୂର ହେଲା ପାନୀୟ ଜଳ ସମସ୍ୟା
କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଗୌନ୍ତିଆ ପଡ଼ାରେ ଦୀର୍ଘ ବର୍ଷ ପରେ ପାନୀୟଜଳର ସମସ୍ୟା ସମାଧାନ ହୋଇଛି। ପାନୀୟ ଜଳ ପାଇଁ ଅନେକ ଥର ପଞ୍ଚାୟତ ଓ ପ୍ରଶାସନ ପକ୍ଷରୁ ନଳକୂପ ଖନନ ପାଇଁ ଚେଷ୍ଟା କରିବା ସତ୍ତ୍ୱେ ଭୂତଳରେ ପଥର ରହିଥିବା କାରଣରୁ ଫେଲ ମାରୁଥିଲା। ଫଳରେ ପଡାବାସୀ ନିକଟସ୍ଥ ନଦୀ, ପୋଖରୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ। ଖରାଦିନରେ ପଞ୍ଚାୟତ […] The post ଦୀର୍ଘ ବର୍ଷ ପରେ ଦୂର ହେଲା ପାନୀୟ ଜଳ ସମସ୍ୟା appeared first on Dharitri Odia News.
କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଗୌନ୍ତିଆ ପଡ଼ାରେ ଦୀର୍ଘ ବର୍ଷ ପରେ ପାନୀୟଜଳର ସମସ୍ୟା ସମାଧାନ ହୋଇଛି। ପାନୀୟ ଜଳ ପାଇଁ ଅନେକ ଥର ପଞ୍ଚାୟତ ଓ ପ୍ରଶାସନ ପକ୍ଷରୁ ନଳକୂପ ଖନନ ପାଇଁ ଚେଷ୍ଟା କରିବା ସତ୍ତ୍ୱେ ଭୂତଳରେ ପଥର ରହିଥିବା କାରଣରୁ ଫେଲ ମାରୁଥିଲା। ଫଳରେ ପଡାବାସୀ ନିକଟସ୍ଥ ନଦୀ, ପୋଖରୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ। ଖରାଦିନରେ ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କରରେ ପଡାକୁ ପାନୀୟ ଜଳ ଯୋଗାଣ ହେଉଥିଲା। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ତଥା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଅଭିଯୋଗ ପରେ ପଦକ୍ଷେପ ନିଆଯାଇଥିଲା। ନଳକୂପ ଖନନ ଫେଲ ମାରିବାରୁ ପଡାର ଅନତି ଦୂରରେ ଗଭୀର ନଳକୂପ ଖନନ କରିବା ପରେ ଏହା ଫଳପ୍ରଦ ହୋଇଥିଲା। ଚଳିତ ବର୍ଷ ଏହି ଗଭୀର ନଳକୂପରୁ ପଡ଼ାବାସୀଙ୍କୁ ତିନିଗୋଟି ଷ୍ଟାଣ୍ଡ ପୋଷ୍ଟ ଜରିଆରେ ପାନୀୟ ଜଳ ଯୋଗାଣ ହେଉଛି। ଦୀର୍ଘବର୍ଷ ପରେ ପଡାରେ ପାନୀୟ ଜଳର ସୁବିଧା ଉପଲବ୍ଧ ହୋଇଥିବା ଯୋଗୁଁ ପଡ଼ାର ଶ୍ୟାମସୁନ୍ଦର ନାଏକ, ଝଗଡେ ନାଏକ, ଗଜିନ୍ଦ୍ର ନାଏକ, ପ୍ରେମଲାଲ ନାଏକ, ବିକ୍ରମ ନାଏକ, ଗୁପ୍ତେଶ୍ୱର ବାଗ, ବଳ ହାତୀ, ଖେତୁରାମ କାଣ୍ଡ, ଲାବାନ୍ୟ କାଣ୍ଡ, ଫକୀର ଗୋପାଳ ପ୍ରମୁଖ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।
The post ଦୀର୍ଘ ବର୍ଷ ପରେ ଦୂର ହେଲା ପାନୀୟ ଜଳ ସମସ୍ୟା appeared first on Dharitri Odia News.