କାର୍ ଧକ୍କାରେ CISF ଯବାନ ମୃତ
ଗତକାଲି CISF ଏଏସଆଇ ନିରଞ୍ଜନ ପ୍ରଧାନ ପୋଖରୀପୁଟରୁ କାରଗିଲ ବସ୍ତି ଦେଇ ବିମାନବନ୍ଦର ଯାଉଥିଲେ। ଏତିକିବେଳେ ନିରଞ୍ଜନଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା ଏକ କାର୍।
ଦୁର୍ଘଟଣାରେ ପ୍ରାଣ ହରାଇଲେ CISF ଏଏସଆଇ। ଭୁବନେଶ୍ୱର ଏୟାରପୋର୍ଟକୁ ରାତି ଡ୍ୟୁଟିରେ ଯିବା ବାଟରେ ଧକ୍କା ଦେଲା କାର୍। ଚିକିତ୍ସାଧୀନ ଅବସ୍ଥାରେ ଆଜି CISF ଏଏସଆଇ ନିରଞ୍ଜନ ପ୍ରଧାନଙ୍କର ମୃତ୍ୟୁ ହୋଇଛି।
ଗତକାଲି CISF ଏଏସଆଇ ନିରଞ୍ଜନ ପ୍ରଧାନ ପୋଖରୀପୁଟରୁ କାରଗିଲ ବସ୍ତି ଦେଇ ବିମାନବନ୍ଦର ଯାଉଥିଲେ। ଏତିକିବେଳେ ନିରଞ୍ଜନଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା ଏକ କାର୍। ତାଙ୍କ ମୁଣ୍ଡ ଓ ବେକରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ଆଜି ସକାଳେ ଆଖି ବୁଜିଛନ୍ତି ନିରଞ୍ଜନ।