ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ

କଟକ,୮।୧୧: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୋବ୍ରାରୁ ଚହଟା ଏବଂ ଉପର ଓ ତଳ ପଡ଼ିଆ ଫୁଟ୍‌ପାଥ ରାସ୍ତାରେ ଉଠା ଦୋକାନୀଙ୍କୁ ବସିବା ମନା କରାଯାଇଛି। ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି। ଅନ୍ୟପକ୍ଷେ ଉଠାଦୋକାନୀଙ୍କ […] The post ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ appeared first on Dharitri Odia News.

ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ

କଟକ,୮।୧୧: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍‌ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୋବ୍ରାରୁ ଚହଟା ଏବଂ ଉପର ଓ ତଳ ପଡ଼ିଆ ଫୁଟ୍‌ପାଥ ରାସ୍ତାରେ ଉଠା ଦୋକାନୀଙ୍କୁ ବସିବା ମନା କରାଯାଇଛି। ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି।

ଅନ୍ୟପକ୍ଷେ ଉଠାଦୋକାନୀଙ୍କ ବ୍ୟବସାୟ ପାଇଁ ତଳପଡ଼ିଆରେ ସ୍ବତନ୍ତ୍ର ଜାଗା ଦିଆଯାଇଛି। ଏଥିପାଇଁ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ ହୋଇଛି। ୟୁଜର ଫି ଦେଇ ସେଠାରେ ଉଠାଦୋକାନୀ ବ୍ୟବସାୟ କରିପାରିବେ। ସୂଚନା ଯୋଗ୍ୟ, ନଭେମ୍ବର ୧୫ ତାରିଖରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ।

The post ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ appeared first on Dharitri Odia News.