ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ

ବାଲେଶର,୧୦।୬(ବାଞ୍ଛାନିଧି ଦେ): ପୁଣି ବାଲି ମାଫିଆଙ୍କ ଆତଙ୍କରାଜ। ବାଲି ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଜୁନିୟର ଖଣି ଅଧିକାରୀ । ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ଯାଇଥିଲେ ଖଣି ବିଭାଗର ଏକଟିମ୍‌। ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗଡ଼େଇ ମାରିଲେ ମାଫିଆ । ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀ କାଠସଂଗଡା ପାଖରେ ମଙ୍ଗଳବାର ବେଆଇନ ବାଲି ଉତ୍ତୋଳନବେଳେ ଖଣି ବିଭାଗର ଏକ ସ୍ବତନ୍ତ୍ର ଟିମର ଚଢାଉ ଜାରି ରହିଥିଲା। ଏହି ସମୟରେ […] The post ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ appeared first on Dharitri Odia News.

ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ

ବାଲେଶର,୧୦।୬(ବାଞ୍ଛାନିଧି ଦେ): ପୁଣି ବାଲି ମାଫିଆଙ୍କ ଆତଙ୍କରାଜ। ବାଲି ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଜୁନିୟର ଖଣି ଅଧିକାରୀ । ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ଯାଇଥିଲେ ଖଣି ବିଭାଗର ଏକଟିମ୍‌। ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗଡ଼େଇ ମାରିଲେ ମାଫିଆ । ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀ କାଠସଂଗଡା ପାଖରେ ମଙ୍ଗଳବାର ବେଆଇନ ବାଲି ଉତ୍ତୋଳନବେଳେ ଖଣି ବିଭାଗର ଏକ ସ୍ବତନ୍ତ୍ର ଟିମର ଚଢାଉ ଜାରି ରହିଥିଲା। ଏହି ସମୟରେ ମାଫିଆମାନେ ଆକ୍ରମଣ କରିଥିଲେ। ଗୁରୁତର ହୋଇ ଜୁନିୟର ମାଇନିଂ ଅଫିସରଙ୍କୁ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

The post ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ appeared first on Dharitri Odia News.