ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର, ୧୫୧ ୟୁନିଟ ସଂଗୃହୀତ

କଳାହାଣ୍ଡି, ୨୧/୦୬-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ପରିସରରେ କାର୍ଯ୍ୟରତ ଚେନାଇରାଧା ଇଞ୍ଜିନିଅର୍ସ ୱାର୍କସ କମ୍ପାନୀର ଗ୍ରୁପ ଅଧ୍ୟକ୍ଷ ଏସ. ଭେଙ୍କଟସନଙ୍କ ୮୦ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ କମ୍ପାନୀର ଲାଞ୍ଜିଗଡ ୟୁନିଟର କର୍ମଚାରୀ ନେଇଛନ୍ତି ଉଲ୍ଲେଖନୀୟ ପଦକ୍ଷେପ। ଅଧ୍ୟକ୍ଷଙ୍କ ଜନ୍ମଦିନରେ ହୋମଯଜ୍ଞ, ଜନ୍ମଦିନ କେକ କାଟିବା, ବୃକ୍ଷରୋପଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ କମ୍ପାନୀର ଶତାଧିକ ଅଧିକାରୀ ଓ କର୍ମଚାରୀ ସାମୁହିକ ଭାବେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବେଦାନ୍ତ ଲିମିଟେଡ଼ ପ୍ଲାଣ୍ଟ […] The post ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର, ୧୫୧ ୟୁନିଟ ସଂଗୃହୀତ appeared first on Odisha.News.

ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର, ୧୫୧ ୟୁନିଟ ସଂଗୃହୀତ

କଳାହାଣ୍ଡି, ୨୧/୦୬-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ପରିସରରେ କାର୍ଯ୍ୟରତ ଚେନାଇରାଧା ଇଞ୍ଜିନିଅର୍ସ ୱାର୍କସ କମ୍ପାନୀର ଗ୍ରୁପ ଅଧ୍ୟକ୍ଷ ଏସ. ଭେଙ୍କଟସନଙ୍କ ୮୦ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ କମ୍ପାନୀର ଲାଞ୍ଜିଗଡ ୟୁନିଟର କର୍ମଚାରୀ ନେଇଛନ୍ତି ଉଲ୍ଲେଖନୀୟ ପଦକ୍ଷେପ। ଅଧ୍ୟକ୍ଷଙ୍କ ଜନ୍ମଦିନରେ ହୋମଯଜ୍ଞ, ଜନ୍ମଦିନ କେକ କାଟିବା, ବୃକ୍ଷରୋପଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ କମ୍ପାନୀର ଶତାଧିକ ଅଧିକାରୀ ଓ କର୍ମଚାରୀ ସାମୁହିକ ଭାବେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବେଦାନ୍ତ ଲିମିଟେଡ଼ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ବେଦାନ୍ତ ପାୱାର ପ୍ଲାଣ୍ଟ ମୁଖ୍ୟ ସୁସୀମ ବେହେରା, ବିଦ୍ୟୁତ ବିଭାଗ ମୁଖ୍ୟ ସଞ୍ଜୟ କୁମାର ଜେନା, ବେଦାନ୍ତ ଲିମିଟେଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଚେନାଇ ରାଧା କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଦିଲିପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରକୁ ଭି. ଶିବକୁମାର, ଶ୍ରୀଧର ଜେନା, ସନ୍ତୋଷ ସାହୁ, ଚିତ୍ତରଞ୍ଜନ ସୂତାର, ଆର. ଚିତ୍ର କୁମାରନ, ସୂର୍ଯ୍ୟ କୁମାର ସାସମଲ, ଅନୁଜ କୁମାର ଜେନା, ରାକେଶ ଜେନା ପ୍ରମୁଖ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତଭଣ୍ଡାର କର୍ମଚାରୀ ଅଜିତ କୁମାର ନାଏକ, ଡମ୍ବରୁଧର ସାହୁ, ଗିରିଶ କୁମାର ନାଏକ, ସଞ୍ଜୀବ ମହାକୁଡ଼, ସୁବୋଧ ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ୧୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

The post ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର, ୧୫୧ ୟୁନିଟ ସଂଗୃହୀତ appeared first on Odisha.News.