୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍‌

ନୂଆଦିଲ୍ଲୀ, ୨୮ା୭: ଭାରତର ସବୁଠୁ ବଡ଼ ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ଆର୍ଥିକ ବର୍ଷ ୨୦୨୬ରେ ନିଜର ୨% କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଟିସିଏସ୍‌ ସିଇଓ କେ. କ୍ରିତିବାସନ୍‌ ଏହି ସଙ୍କେତ ଦେଇଛନ୍ତି। ଏପରି ହେଲେ ଟିସିଏସ୍‌ର ପ୍ରାୟ ୧୨,୨୦୦ କର୍ମଚାରୀ ଚାକିରି ହରାଇବେ। କମ୍ପାନୀର ମିଡିଲ ଏବଂ ସିନିୟର ଲେଭଲ ମ୍ୟାନେଜମେଣ୍ଟ ଏହି ଛଟେଇ ପ୍ରକ୍ରିୟାରେ ସର୍ବାଧିକ ପ୍ରଭାବିତ ହେବ। ଟିସିଏସ୍‌ ଏଆଇକୁ ଆପଣାଇବା ସହ ଅପରେଟିଂ ମଡେଲରେ ପରିବର୍ତ୍ତନ ଉପରେ […] The post ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍‌ appeared first on Dharitri Odia News.

୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍‌

ନୂଆଦିଲ୍ଲୀ, ୨୮ା୭: ଭାରତର ସବୁଠୁ ବଡ଼ ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ଆର୍ଥିକ ବର୍ଷ ୨୦୨୬ରେ ନିଜର ୨% କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଟିସିଏସ୍‌ ସିଇଓ କେ. କ୍ରିତିବାସନ୍‌ ଏହି ସଙ୍କେତ ଦେଇଛନ୍ତି। ଏପରି ହେଲେ ଟିସିଏସ୍‌ର ପ୍ରାୟ ୧୨,୨୦୦ କର୍ମଚାରୀ ଚାକିରି ହରାଇବେ। କମ୍ପାନୀର ମିଡିଲ ଏବଂ ସିନିୟର ଲେଭଲ ମ୍ୟାନେଜମେଣ୍ଟ ଏହି ଛଟେଇ ପ୍ରକ୍ରିୟାରେ ସର୍ବାଧିକ ପ୍ରଭାବିତ ହେବ। ଟିସିଏସ୍‌ ଏଆଇକୁ ଆପଣାଇବା ସହ ଅପରେଟିଂ ମଡେଲରେ ପରିବର୍ତ୍ତନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାମ କରିବା ଶୈଳୀ ବଦଳୁଛି। ତେଣୁ ଭବିଷ୍ୟତ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସମ୍ପ୍ରତି କମ୍ପାନୀ ପକ୍ଷରୁ ଏଆଇର ବ୍ୟାପକ ବ୍ୟବହାର କରାଯାଉଛି ।

The post ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍‌ appeared first on Dharitri Odia News.