ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  ଚାଲିପାରିଲାନି ପ୍ରଶ୍ନକାଳ ।  ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛନ୍ତି ।  ଓଡ଼ିଶାକୁ ଭାଗ ଭାଗ ଚଳିବ ନାହିଁ ।  ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟ ଭାଗରେ ବିଜେଡି ବିଧାୟକ ହଟ୍ଟଗୋଳ କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା ଓ ନାରାବାଜି କରିଥିଲେ ।  ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ଯାଏ […] The post ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ appeared first on KNews Odisha.

ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ
bidhansabha bbsr

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  ଚାଲିପାରିଲାନି ପ୍ରଶ୍ନକାଳ ।  ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଛନ୍ତି ।  ଓଡ଼ିଶାକୁ ଭାଗ ଭାଗ ଚଳିବ ନାହିଁ ।  ପ୍ଲାକାର୍ଡ ଦେଖାଇ ଗୃହ ମଧ୍ୟ ଭାଗରେ ବିଜେଡି ବିଧାୟକ ହଟ୍ଟଗୋଳ କରିଥିଲେ ।

ସେହିପରି କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା ଓ ନାରାବାଜି କରିଥିଲେ ।  ଫଳରେ ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।  ଆଜି ବିଧାନସଭା ଆରମ୍ଭ ପରେ ଗୃହରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ।

ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଅନନ୍ତ ବାବୁ ଜଣେ ଲୋକପ୍ରିୟ ନେତା ଥିଲେ ବୋଲି ନବୀନ କହିଥିଲେ ।

Also read: ଆଜି ବିଧାନସଭା ହେବ ହୁଲସ୍ତୁଲ, ଗୃହରେ ତମ୍ବିତୋଫାନ କରିପାରନ୍ତି ବିରୋଧୀ

The post ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଚାଲିପାରିଲାନି ପ୍ରଶ୍ନକାଳ appeared first on KNews Odisha.