ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ

ପୁରୀ : ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ । ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଗଡିବନି ୧୩୦୦ ଆମ୍ବୁଲାନ୍ସ । ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି । ସମଗ୍ର ରାଜ୍ୟରେ ୬ ହଜାର ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟରତ ଥିଲେ । କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ନୂତନ କମ୍ପାନୀରେ ନିଯୁକ୍ତି ଦାବୀ କରିଛି ମହାସଂଘ । ଏନେଇ ୧୦୮ […] The post ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ appeared first on KNews Odisha.

ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ
ambulances 108

ପୁରୀ : ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ । ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଗଡିବନି ୧୩୦୦ ଆମ୍ବୁଲାନ୍ସ । ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି । ସମଗ୍ର ରାଜ୍ୟରେ ୬ ହଜାର ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟରତ ଥିଲେ ।

କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ନୂତନ କମ୍ପାନୀରେ ନିଯୁକ୍ତି ଦାବୀ କରିଛି ମହାସଂଘ । ଏନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ନୂତନ ଭାବେ ଟେଣ୍ଡର ନେଇଥିବା ଏମ୍ରି ଗ୍ରୀନ ହେଲଥ ସର୍ଭିସ ନାମକ ଏକ ଘରୋଇ କମ୍ପାନୀ ଗତ ୨୨ ତାରିଖରୁ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ଜରୁରୀ କାଳୀନ ସେବାକୁ ଠିକା ଭାବେ ଟେଣ୍ଡର ନେଇଛି ।

ସମସ୍ତ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଚଳିତ ଟେଣ୍ଡରରେ କାର୍ଯ୍ୟ କରାଇବା ପାଇଁ ନେଇଛି  । ଏହା ସହ ସେମାନଙ୍କ ଠାରୁ ୫୯୦ ଟଙ୍କା ଲେଖାଏଁ ଅନଲାଇନ ମାଧ୍ୟମରେ ଆଦାୟ କରି ନେଇଛି ସଂସ୍ଥା । ମାତ୍ର ଏହି ସଂସ୍ଥା ସବୁ ଜିଲ୍ଲାର ସଂଘରେ ଥିବା ଲିଡର ମାନଙ୍କୁ ଜାଣିଶୁଣି ଡ୍ୟୁଟି ଦେଉନାହିଁ କିମ୍ବା ନିଯୁକ୍ତି ଦେଉନାହିଁ ।

କାରଣ ପୂର୍ବରୁ ସଂସ୍ଥା ଦ୍ୱାରା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୋଷଣର ଶିକାର ହେଉଥିବାବେଳେ ମହାସଂଘର ଲିଡରମାନେ ଲଢ଼େଇ କରି କର୍ମଚାରୀମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି । ତେଣୁ ନୂଆ ସଂସ୍ଥା ଏବେ ଏହି ଲିଡରମାନଙ୍କୁ ଅଣଦେଖା କରି କାର୍ଯ୍ୟରେ ନିୟୋଜିତ କରୁନାହିଁ । ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।

ଆସନ୍ତାକାଲି ସମସ୍ତ ୩୦ ଟି ଜିଲ୍ଲାର ଅଫ ଡ୍ୟୁଟି କର୍ମଚାରୀ ମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ । ଦାବୀ ପୂରଣ ନହେଲେ ଜିଲ୍ଲାରେ କାର୍ଯ୍ୟରତ 108 ଆମ୍ବୁଲାନ୍ସ ୩୦ ତାରିଖରେ ଗାଡ଼ିରେ ଥିବା GPS OFF କରି ରୋଗୀସେବା ଦିଆଯିବ । ଏହାପରେ ଆସନ୍ତା ୧ ତାରିଖରୁ ପ୍ରତ୍ୟେକ ଜିଲ୍ଲାରୁ ଆମ୍ବୁଲାନ୍ସ ଗାଡ଼ି ଛାଡି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ।

The post ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ appeared first on KNews Odisha.