ଧରମ ପୁଅ ନେଲା ମା’ର ଜୀବନ
ଆଠଗଡ: ଗୋଟିଏ ବୋଲି ପୁଅ ସେ ବାହାରେ ରହି ପାଠ ପଢ଼ୁଥିଲା । ପାଖରେ ପୁଅ ନଥିଲା ବୋଲି ନିଜ ପୁଅଠୁ ଅଧିକା ସ୍ନେହ କରିଥିଲେ ଭିନ୍ନକ୍ଷମକୁ । ଧରମ ପୁଅ ଭଳି ଆଦରରେ ଘରେ ଆଶ୍ରୟ ମଧ୍ୟ ଦେଇଥିଲେ । କିନ୍ତୁ ଯେଉଁ ପୁଅକୁ ୨୩ ବର୍ଷ ଧରି ପାଖରେ ରଖିଲେ ଏତେ ସ୍ନେହ ମମତା ଦେଲେ ସେହି ପୁଅ ଆଜି ନେଇଗଲା ମା’ର ଜୀବନ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ମା […] The post ଧରମ ପୁଅ ନେଲା ମା’ର ଜୀବନ appeared first on KNews Odisha.

ଆଠଗଡ: ଗୋଟିଏ ବୋଲି ପୁଅ ସେ ବାହାରେ ରହି ପାଠ ପଢ଼ୁଥିଲା । ପାଖରେ ପୁଅ ନଥିଲା ବୋଲି ନିଜ ପୁଅଠୁ ଅଧିକା ସ୍ନେହ କରିଥିଲେ ଭିନ୍ନକ୍ଷମକୁ । ଧରମ ପୁଅ ଭଳି ଆଦରରେ ଘରେ ଆଶ୍ରୟ ମଧ୍ୟ ଦେଇଥିଲେ । କିନ୍ତୁ ଯେଉଁ ପୁଅକୁ ୨୩ ବର୍ଷ ଧରି ପାଖରେ ରଖିଲେ ଏତେ ସ୍ନେହ ମମତା ଦେଲେ ସେହି ପୁଅ ଆଜି ନେଇଗଲା ମା’ର ଜୀବନ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ମା ପରି ସ୍ନେହ ଅଜାଡ଼ି ଦେଉଥିବା ମା ପ୍ରତି କିଭଳି ହାତ ଗଲା ଏପରି କରିବା ପାଇଁ । କଣ ମଣିଷ ପାଖରେ ହଜିଗଲା ସବୁ ମାନବିକତା । ଏତେ ହୃଦୟ ହୀନ ହୋଇପାରେ ମଣିଷ ।
ତେବେ ବିଶ୍ୱାସରେ ଏ ସାରା ପୃଥିବୀ ଚାଲିଛି । କିନ୍ତୁ ଏହି ବିଶ୍ୱାସରେ ଯେତେବେଳେ ଧୋକା ମିଳେ ତାକୁ ଗ୍ରହଣ କରିବା ଆମ ପକ୍ଷେ ବହୁ କଷ୍ଟକର ହୋଇଯାଏ । ଲୋକେ କାହାକୁ ବିଶ୍ୱାସ କରିବା ପୂର୍ବରୁ ୧୦୦ ଥର ଭାବିବେ । ଆଉ କାହାପ୍ରତି ଦୟା କରିବା କିମ୍ବା ଘରେ ଆଶ୍ରୟ ଦେବାକୁ ଭୟ କରିବେ । ସମ୍ପତି ଲୋଭ ଯେ ମଣିଷକୁ ଏପରି ଅନ୍ଧ କରିଦିଏ ତାହା ଏହି ଘଟଣା ଦେଖିବା ପରେ ବୁଝିଯିବେ । ସମ୍ପତି ଲୋଭରେ ଧରମ ମା’ର ଜୀବନ ନେଇ ନିଜ ଭୁଲକୁ ପୋଲିସ ସାମ୍ନାରେ ସ୍ୱୀକାର କରିଛନ୍ତି ।
ରକ୍ଷକ ସାଜିଲା ଭକ୍ଷକ, ଯାହାକୁ ଭଲ ପିଲା ଭାବି ଘରେ ଆଶ୍ରୟ ଦେଇଥିଲେ ସେ ପାଲଟିଗଲା ନିଜର ହତ୍ୟାକାରୀ । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ରେ ଘଟିଛି । ବର୍ଷେତଳେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ବିଧବା ମହିଳାଙ୍କ ଏକମାତ୍ର ପୁଅ ଘର ବାହାରେ ରହି ପାଠ ପଢୁଥିବାରୁ ମହିଳାଙ୍କ ପାଖରେ ତାଙ୍କ ଶ୍ବଶୁରଙ୍କ ସହ ରହି ଯୁବକ ସବୁ ବୁଝାବୁଝି କରିଆସୁଥିଲେ। ସେହି ଯୁବକ ପାଲଟିଲା ପିଶାଚ, ମହିଳାଙ୍କୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ଯୁବକ।
ମହିଳାଙ୍କୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବେ ବେକକୁ କାଟି ହତ୍ୟା କରିଛି ଭିନ୍ନକ୍ଷମ ଯୁବକ। ଯୁବକ ଜଣକ ସେହି ଗାଁର କାର୍ତ୍ତିକ ସେଠୀ , ସେ ୧୦ବର୍ଷ ବୟସରୁ ମହିଳାଙ୍କ ଘରେ କାମ କରୁଥିଲେ । ମହିଳାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ । ଅଳ୍ପନା ଦାସଙ୍କୁ କାହିଁକି ହତ୍ୟାକଲା ଏହି ଯୁବକମ୍ ? ଧନ ସମ୍ପତ୍ତି ହାତେଇବା ନା ଅନ୍ୟ କୌଣସି କାରଣ । ପୋଲିସ ବିଭିନ୍ନ ଦିଗକୁ ନେଇ ସାଇଣ୍ଟିଫିକ୍ ଟିମ ସହ ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।
The post ଧରମ ପୁଅ ନେଲା ମା’ର ଜୀବନ appeared first on KNews Odisha.