ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍‌ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ରଣବୀର ଭାରତୀ ନାମକ କୁନି ବାଳକଙ୍କ ଇଚ୍ଛା ଥିଲା, ସେ ଦିନେ ଆଇପିଏସ୍‌ ଅଫିସର ହେବେ। ମାତ୍ର ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି। ତେଣୁ ସେ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ଦିନଟିଏ ହେଉ ପଛେ ଆଇପିଏସ୍‌ ଅଫିସର ସାଜି ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି। ବର୍ତ୍ତମାନ ସେ […] The post ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ appeared first on Dharitri Odia News.

ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍‌ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ରଣବୀର ଭାରତୀ ନାମକ କୁନି ବାଳକଙ୍କ ଇଚ୍ଛା ଥିଲା, ସେ ଦିନେ ଆଇପିଏସ୍‌ ଅଫିସର ହେବେ। ମାତ୍ର ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି। ତେଣୁ ସେ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ଦିନଟିଏ ହେଉ ପଛେ ଆଇପିଏସ୍‌ ଅଫିସର ସାଜି ବଡ଼ ଦାୟିତ୍ୱ ହାତକୁ ନେଇଛନ୍ତି। ବର୍ତ୍ତମାନ ସେ ଉତ୍ତରପ୍ରଦେଶର ମହାମାନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବାରାଣସୀ ଜୋନ୍‌ ଏଡିଜି ଅଫିସରେ ସେ ଦିନକ ପାଇଁ ଏହି ଦାୟିତ୍ୱ ନେଇଛନ୍ତି।

ଏଡିଜି ଜୋନ୍‌ ବାରାଣସୀ ପକ୍ଷରୁ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ କୁନି ବାଳକଙ୍କ ଇଚ୍ଛା ପୂରଣ ବିଷୟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଅଛି, ୯ ବର୍ଷୀୟ ରଣବୀର ଭାରତୀ ବାରାଣସୀର ମହାମାନା କର୍କଟ ହସ୍ପିଟାଲରେ ବ୍ରେନ୍‌ ଟ୍ୟୁମର ପାଇଁ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ରଣବୀର ଜଣେ ଆଇପିଏସ୍‌ ଅଧିକାରୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, ତେଣୁ #adgzonevaranasi କାର୍ଯ୍ୟାଳୟରେ ଶିଶୁର ଇଚ୍ଛା ପୂରଣ ହୋଇଥିଲା।

ଏଥିରେ ଚାରୋଟି ଭିଜୁଆଲ ରହିଛି। ତିନୋଟି ଫଟୋରେ ତାଙ୍କୁ ଖାକି ପୋଷାକ ପିନ୍ଧିଥିବା ଏକ କ୍ୟାବିନ ଭିତରେ ବସିଥିବାର ଦେଖାଯାଇଛି। ଭିଡିଓରେ ସେ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଭେଟିବା ଏବଂ ହାତ ହଲାଉଥିବାର ମଧ୍ୟ ଦେଖିବାକୁ ମିଳିଛି।

The post ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ appeared first on Dharitri Odia News.