ଅମିତ୍‌ ‘ମିଷ୍ଟର ଓଡ଼ିଶା ୨୦୨୫’

ଭୁବନେଶ୍ୱର, ୨୯।୧ (ତପନ ସ୍ବାଇଁ): ବାଲେଶ୍ୱର କୁରୁଡ଼ାଛକ ଏବିଏ କଲେଜ ପରିସରରେ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ୨ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୦ ଜିଲାରୁ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିସହିତ ପୁରୁଷ ଫିଜିକ୍‌ ସ୍ପୋଟର୍‌ସରେ ୨ଟି ବିଭାଗ ଏବଂ ମହିଳା ଓ ମାଷ୍ଟର୍ସ ବର୍ଗରେ ଗୋଟିଏ ଲେଖାଏ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ୫୫ କେଜିରୁ ୯୦ କେଜିରୁ ଅଧିକ ଓଜନ ବର୍ଗରେ ହୋଇଥିବା ପ୍ରତିଯୋଗିତାଗୁଡ଼ିକର ଫଳାଫଳକୁ ବିଚାରକୁ ନିଆଯାଇ ଭୁବନେଶ୍ୱରର ଅମିତ କୁମାର […] The post ଅମିତ୍‌ ‘ମିଷ୍ଟର ଓଡ଼ିଶା ୨୦୨୫’ appeared first on Dharitri Odia News.

ଅମିତ୍‌ ‘ମିଷ୍ଟର ଓଡ଼ିଶା ୨୦୨୫’

ଭୁବନେଶ୍ୱର, ୨୯।୧ (ତପନ ସ୍ବାଇଁ): ବାଲେଶ୍ୱର କୁରୁଡ଼ାଛକ ଏବିଏ କଲେଜ ପରିସରରେ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ୨ ଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୦ ଜିଲାରୁ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିସହିତ ପୁରୁଷ ଫିଜିକ୍‌ ସ୍ପୋଟର୍‌ସରେ ୨ଟି ବିଭାଗ ଏବଂ ମହିଳା ଓ ମାଷ୍ଟର୍ସ ବର୍ଗରେ ଗୋଟିଏ ଲେଖାଏ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ୫୫ କେଜିରୁ ୯୦ କେଜିରୁ ଅଧିକ ଓଜନ ବର୍ଗରେ ହୋଇଥିବା ପ୍ରତିଯୋଗିତାଗୁଡ଼ିକର ଫଳାଫଳକୁ ବିଚାରକୁ ନିଆଯାଇ ଭୁବନେଶ୍ୱରର ଅମିତ କୁମାର ଭୂୟାଁ ‘ମିଷ୍ଟର ଓଡ଼ିଶା-୨୦୨୫’ ବିବେଚିତ ହୋଇଥିଲେ। ଏହା ହେଉଛି ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସର୍ବୋଚ୍ଚ ଉପାଧି।
୫୫ କେଜିରେ ଲିପୁ ବେହେରା, ପ୍ରବୀର ବେହେରା ଓ ମୁକେଶ କୁମାର ଦାସ, ୬୦ କେଜି ଓଜନ ବର୍ଗରେ ରାକେଶ ବାଗ, ନାରାୟଣ ନାୟକ ଓ ଆକାଶ ପାତ୍ର, ୬୫ କେଜି ବର୍ଗରେ ଶେକ୍‌ ଜାଇନୁଲ, ସଞ୍ଜିତ ବେହେରା ଓ ରଶ୍ମି ରଞ୍ଜନ ଲେଙ୍କା, ୭୦ କେଜିରେ ବଲାଲ ଖାଁ, ରଞ୍ଜନ ନାୟକ ଓ ସଞ୍ଜୀବ ମହାପାତ୍ର, ୭୫ କେଜିରେ ଅମିତ କୁମାର ଭୂୟାଁ, ଗୌରବ ପାତ୍ର-ଅଭିଷେକ ଦାଶ (ଯୁଗ୍ମ ଦ୍ୱିତୀୟ) ଓ ବଳରାମ ଲେଙ୍କା, ୮୦ କେଜିରୁ ଊର୍ଦ୍ଧ୍ୱ ବର୍ଗରେ ଶୁଭମ୍‌ ମିଶ୍ର, ପାର୍ଥ ସାରଥି ଜେନା ଓ ସଞ୍ଜୟ କୁମାର ଜେନା, ୮୫ କେଜିରେ ଜିତେନ୍ଦ୍ର କୁମାର ପଲାଇ, ରଞ୍ଜନ ଚୌଧୁରୀ ଓ ବାପୁନ ବେହେରା, ୯୦ କେଜି ଓଜନ ବର୍ଗରେ ସଞ୍ଜୟ ବାନାର୍ଜୀ, ବିଦିପ୍ତ ପ୍ରସନ୍ନ ନାୟକ ଓ ଦୀପକ କୁମାର ବେହେରା, ୯୦ କେଜିରୁ ଊର୍ଦ୍ଧ୍ୱ ଓଜନ ବର୍ଗରେ ସ୍ମୃତି ରଞ୍ଜନ ସାମଲ, ଗୁଣ୍ଡେଲ ମହାକୁଡ଼ ଓ ରାମଚନ୍ଦ୍ର ପାଣିଗ୍ରାହୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୧୬୫ ସେମି ଉଚ୍ଚତା ବର୍ଗରେ ହେମନ୍ତ କୁମାର ଭୋଇ ଏବଂ ତା’ଠାରୁ ଅଧିକ ଉଚ୍ଚତା ବର୍ଗରେ ଶୁଭଙ୍କର ରାଉତ ପ୍ରଥମ ହୋଇଥିଲେ। ତେବେ ଦୁଇ ବିଭାଗର ଟାଇଟଲ ଲଢ଼େଇରେ ଶୁଭଙ୍କର ଚାମ୍ପିୟନ ହୋଇଥିଲେ। ମହିଳା ବର୍ଗରେ ଅନୁପମା ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା, ବିଧାୟକ ମାନସ ଦତ୍ତ, ଏବିଏ କଲେଜ ଚେୟାରମ୍ୟାନ ସୁଧା ସିନ୍ଧୁ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମୋରେ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘ ସଭାପତି ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ ମହାସୁଆର, ସହ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ବାଲେଶ୍ୱର ସୁନ୍ଦର ସ୍ବାସ୍ଥ୍ୟ ସଂଘ ସଭାପତି ବସନ୍ତ କୁମାର ମହାନ୍ତି, ସମ୍ପାଦକ ତରୁଣ କୁମାର ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ମହାପାତ୍ର ଓ ଉପଦେଷ୍ଟା ହରି ପ୍ରସାଦ ପଟ୍ଟନାୟକ କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

The post ଅମିତ୍‌ ‘ମିଷ୍ଟର ଓଡ଼ିଶା ୨୦୨୫’ appeared first on Dharitri Odia News.