ଅଗଣାରେ କେଉଁ ବୃକ୍ଷ ଲଗାଇଲେ ମିଳେ ଶୁଭଫଳ…
ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷରେ ଈଶ୍ୱରଙ୍କ ଆର୍ଶୀବାଦ ରହିଥାଏ। ଯେମିତି କି ବୃକ୍ଷଲତା। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବୃକ୍ଷଲତା ରହିଛି; ଯାହାକୁ ଘର ଅଗଣାରେ ଲଗାଇବା ଶୁଭ ହୋଇଥାଏ … * ତୁଳସୀ ଗଛକୁ ପବିତ୍ରତାର ସ୍ବରୂପ ବୋଲି କୁହାଯାଏ। ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ଏହା ବେଶ୍ ସହାୟକ ହୋଇଥାଏ। ବିଶେଷକରି ଅଗଣାର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛକୁ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। * କୁହାଯାଏ, […] The post ଅଗଣାରେ କେଉଁ ବୃକ୍ଷ ଲଗାଇଲେ ମିଳେ ଶୁଭଫଳ… appeared first on Dharitri Odia News.
ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷରେ ଈଶ୍ୱରଙ୍କ ଆର୍ଶୀବାଦ ରହିଥାଏ। ଯେମିତି କି ବୃକ୍ଷଲତା। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବୃକ୍ଷଲତା ରହିଛି; ଯାହାକୁ ଘର ଅଗଣାରେ ଲଗାଇବା ଶୁଭ ହୋଇଥାଏ …
* ତୁଳସୀ ଗଛକୁ ପବିତ୍ରତାର ସ୍ବରୂପ ବୋଲି କୁହାଯାଏ। ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ଏହା ବେଶ୍ ସହାୟକ ହୋଇଥାଏ। ବିଶେଷକରି ଅଗଣାର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛକୁ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।
* କୁହାଯାଏ, କଦଳୀ ଗଛର ଛାଇରେ ବସି ବିଦ୍ୟାର୍ଥୀ ପାଠ ପଢ଼ିଲେ ପାଠ ଶୀଘ୍ର ମନେ ରହିଯାଏ। ଏହି ଗଛ ସ୍ମରଣ ଶକ୍ତିକୁ ବଢ଼ାଇଥାଏ। ତେଣୁ ଏହି ଗଛକୁ ଚାହିଁଲେ ଘର ଅଗଣାରେ ମଧ୍ୟ ଲଗାଇପାରିବେ।
* ଧଳା ଅପରାଜିତା ଫୁଲ ଫୁଟୁଥିବା ଗଛକୁ ବି ଅଗଣାରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ଧନବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ।
* ଏରିକା ପାମ୍ ବୃକ୍ଷକୁ ବି ଲକି ପ୍ଲାଣ୍ଟ ବୋଲି କୁହାଯାଇଥାଏ। ଏହି ବୃକ୍ଷ କେବଳ ଦେଖିବାକୁ ସୁନ୍ଦର ହୋଇଥାଏ ତାହା ନୁହେଁ, ଏହାକୁ ଘରେ ହେଉ କି ଅଗଣାରେ ରଖିଲେ ଘରର ବାୟୁ ମଧ୍ୟ ସ୍ବଚ୍ଛ ରହିଥାଏ। ଏଥିସହିତ ଘରର ବାତାବରଣକୁ ଶୁଦ୍ଧ କରିବା ସହ ଏହା ଐଶ୍ୱର୍ଯ୍ୟକୁ ମଧ୍ୟ ଆକର୍ଷିତ କରିଥାଏ।
* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କିମ୍ବା ଅଗଣାରେ କଣ୍ଟା ଜାତୀୟ ଗଛ ଲଗାଇବା ଠିକ୍ ନୁହେଁ। କିନ୍ତୁ ଗୋଲାପ ଗଛକୁ ଲଗାଇବାରେ ସେମିତି କିଛି ବିଶେଷ ଅସୁବିଧା ନାହିଁ ।
The post ଅଗଣାରେ କେଉଁ ବୃକ୍ଷ ଲଗାଇଲେ ମିଳେ ଶୁଭଫଳ… appeared first on Dharitri Odia News.