ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ଡ୍ୟୁଟି ପରେ ସାର୍‌ କେଉଁଆଡ଼େ…

ଭୁବନେଶ୍ୱର,୧୪ା୧୨: ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ସିବିଆଇ ସମନ ପଠାଇଛି। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖରେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏହି ଅନୁଯାୟୀ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଥିଲା। ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ଡ୍ରାଇଭର ନୃସିଂହ। ସେ କହିଛନ୍ତି, ସାର୍‌ଙ୍କ ସମ୍ପର୍କରେ […] The post ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ଡ୍ୟୁଟି ପରେ ସାର୍‌ କେଉଁଆଡ଼େ… appeared first on Dharitri Odia News.

ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ଡ୍ୟୁଟି ପରେ ସାର୍‌ କେଉଁଆଡ଼େ…

ଭୁବନେଶ୍ୱର,୧୪ା୧୨: ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ସିବିଆଇ ସମନ ପଠାଇଛି। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖରେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏହି ଅନୁଯାୟୀ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଥିଲା। ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ଡ୍ରାଇଭର ନୃସିଂହ। ସେ କହିଛନ୍ତି, ସାର୍‌ଙ୍କ ସମ୍ପର୍କରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା। ଡ୍ୟୁଟି ପରେ ସାରେ କେଉଁଆଡ଼େ ଯାଆନ୍ତି କାହା ସହ ମିଶନ୍ତି ପଚାରିଥିଲେ ସିବିଆଇ କର୍ମଚାରୀ। ୭ ତାରିଖ ସନ୍ଧ୍ୟାରେ କେଉଁଠାରେ ସାର୍‌ ଥିଲେ ସେ ବିଷୟରେ ମଧ୍ୟ ସିବିଆଇ ନୃସିଂହଙ୍କୁ ପଚରାଉଚରା କରିଥିଲା। ସେ କହିଛନ୍ତି, ମୋ’ ସହ ଆଉ ୨ ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇଛି। ସେ କହିଲେ ଏ ବାବଦରେ ମୋ’ର କୌଣସି ସମ୍ପୃକ୍ତି ନାହିଁ। ଯାହା ଜାଣିଥିଲି ତାହା କହିଲି ବୋଲି ନୃସିଂହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

The post ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ଡ୍ୟୁଟି ପରେ ସାର୍‌ କେଉଁଆଡ଼େ… appeared first on Dharitri Odia News.