ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ଚଞ୍ଚକତା:କାର୍ଯ୍ୟାଳୟକୁ ଘେରିଲେ ଓକିଲ ସଙ୍ଘ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରେ ଉତ୍କୋଚ ପାଇଁ ଚଞ୍ଚକତା କରାଯାଉଛି। ଏହାକୁ ନେଇ ମଙ୍ଗଳବାର ଦାରିଙ୍ଗବାଡି ଓକିଲ ସଙ୍ଘ ପକ୍ଷରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଥିବା କାର୍ଯ୍ୟାଳୟକୁ ଘେରିଥିଲେ। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ଓକିଲଙ୍କ ଅଭିଯୋଗ ରହିଥିଲା ଯେ, ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କ ମନମୁଖୀ କାର୍ଯ୍ୟକଳାପ ସହ ଜନ୍ମ ପ୍ରମାଣ ପତ୍ର ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ […] The post ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ଚଞ୍ଚକତା:କାର୍ଯ୍ୟାଳୟକୁ ଘେରିଲେ ଓକିଲ ସଙ୍ଘ appeared first on Dharitri Odia News.

ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ଚଞ୍ଚକତା:କାର୍ଯ୍ୟାଳୟକୁ ଘେରିଲେ ଓକିଲ ସଙ୍ଘ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟରେ ଉତ୍କୋଚ ପାଇଁ ଚଞ୍ଚକତା କରାଯାଉଛି। ଏହାକୁ ନେଇ ମଙ୍ଗଳବାର ଦାରିଙ୍ଗବାଡି ଓକିଲ ସଙ୍ଘ ପକ୍ଷରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଥିବା କାର୍ଯ୍ୟାଳୟକୁ ଘେରିଥିଲେ। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ଓକିଲଙ୍କ ଅଭିଯୋଗ ରହିଥିଲା ଯେ, ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କ ମନମୁଖୀ କାର୍ଯ୍ୟକଳାପ ସହ ଜନ୍ମ ପ୍ରମାଣ ପତ୍ର ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ନିଜେ ପ୍ରସ୍ତୁତ କରି ହିତାଧିକାରୀଙ୍କୁ ଅଧିକା ଟଙ୍କା ଦାବି କରିବା ଯିଏ ଟଙ୍କା ଦେଲା ତାର ପ୍ରମାଣପତ୍ର ଶୀଘ୍ର ଯୋଗାଇଦେବା ଯିଏ ଉତ୍କୋଚ ଦେଉନି ତାକୁ ବାରମ୍ବାର ଡକ୍ୟୁମେଣ୍ଟ ରିଜେକ୍ଟ କରାଇ ଦୌଡ଼ାଇବା ଏବଂ ଦାରିଙ୍ଗବାଡିରେ କୋର୍ଟ ରହିଥିଲେ ମଧ୍ୟ ବାହାରୁ ନୋଟାରୀ ଡକ୍ୟୁମେଣ୍ଟ ଆଣି ଏଠି ଶପଥ ପାଠ କରି ଅର୍ଥ ରୋଜଗାର କରିବା ଭଳି ଅଭିଯୋଗ କରିବା ସହ କିରାଣୀଙ୍କୁ ଓକିଲ ମାନେ ତାଲା ପକାଇଦେଇଥିଲେ ସମ୍ପୃକ୍ତ କିରାଣୀଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି କରିବା ଦାବି ସହ ଗରିବ ଲୋକଙ୍କୁ ହଇରାଣ ନ କରିବା, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ନ କରାଇବା ଦାବି ଆଦି ରହିଥିଲା।
ଉତ୍ତେଜନା ଦେଖି ଘଟଣାସ୍ଥଳରେ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ ଆସି ଉତ୍ତ୍ୟକ୍ତ ଓକିଲ ସଙ୍ଘର ସଦସ୍ୟଙ୍କୁ ବୁଝାସୁଝା କରି ଏହାର ତଦନ୍ତ କରି ୧୫ ଦିନ ମଧ୍ୟରେ ପଦକ୍ଷେପ ନେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତଶ୍ରୁତି ଦେଇଥିଲେ। ପରେ ଓକିଲମାନେ ସେଠାରୁ ଫେରିଥିଲେ। ସଂଘର ବରିଷ୍ଠ ଓକିଲ ଉମେଶ କର,ସୁବର୍ଣ୍ଣ ବାଗସିଂ, ମନୋଜ କୁମାର ପଣ୍ଡା, ପ୍ରଦୀପ ବଳିୟାର ସିଂ,ଏଲିଆସ ମାଝୀ,ଇନ୍ଦ୍ରମଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶୀଘ୍ର ସମ୍ପୃକ୍ତ କିରାଣୀଙ୍କୁ ବଦଳି କରା ନ ଗଲେ ଆଗାମୀ ଦିନରେ ଓକିଲ ସଙ୍ଘ ର ଆନ୍ଦୋଳନ ଆହୁରି ଶକ୍ତିଶାଳୀ ବିକ୍ଷୋଭ କରାଯିବ ବୋଲି ବରିଷ୍ଠ ଓକିଲ ଉମେଶ କରଙ୍କ ସମେତ ଅନ୍ୟମାନେ କହିଛନ୍ତି। ଏନେଇ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଯୋଗାଇଦେବା ଦାୟିତ୍ୱରେ ଥିବା ଭିଏସ ଚନ୍ଦ୍ରଶେଖର ପରିଡା ଏବଂ ମନୋଜ କୁମାର ପ୍ରଧାନ କହିଛନ୍ତି,ସେଭଳି କୌଣସି ଉତ୍କୋଚ ନିଆଯାଉନାହିଁ ଅଭିଯୋଗରେ କୌଣସି ସତ୍ୟତା ନଥିବା ଓ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଇସ୍ୟୁ କରାଯାଉଥିବା ସେ କହିଛନ୍ତି।

The post ଜନ୍ମ-ମୃତ୍ୟୁ ପଞ୍ଜିକରଣ ପାଇଁ ଚଞ୍ଚକତା:କାର୍ଯ୍ୟାଳୟକୁ ଘେରିଲେ ଓକିଲ ସଙ୍ଘ appeared first on Dharitri Odia News.