ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା : ଶ୍ରୀକଲା ଘାଟିରେ ଗାର୍ଡଓ୍ବାଲକୁ ଧକ୍କା ଦେଇ ଓଲଟିଲା କାର୍
ଜି.ଉଦୟଗିରି ୨୩।୧: ଜି.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର୍ ନମ୍ବର ଓଡି୦୨ବିପି୯୮୫୯ ଦୁର୍ଘଟଣାଗସ୍ତ ହୋଇଛି I ଗ୍ରାମବାସୀଙ୍କ ଦ୍ୱାରା ଆହତ ୩ ଜଣଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି I କାର୍ ମାଲିକ ଅଭିଷେକ ଗିରି ନିଜେ କାର୍ ଚଳାଉଥିବା ବେଳେ ସାଥିରେ ସୁନୀଲ ପଟ୍ଟନାୟକ ଏବଂ ସାୟନ ମୁଖାର୍ଜି ଗାଡ଼ିରେ ବସିଥିଲେ I ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଓଡ଼ିଆ ଫିଲ୍ମ "ଅଦୃଶ୍ୟ"ର ସୁଟିଂ ଚାଲିଛି I ଯେଉଁଥିରେ ନାୟକ ଭୂମିକାରେ ଅଭିଷେକ ଗିରି ଓ ନାୟିକା ସାୟନ ମୁଖାର୍ଜୀ ଅଭିନୟ କରୁଥିବା ସୂଚନା ରହିଛି I ସକାଳୁ ସକାଳୁ ଶ୍ରୀକଲା ଘାଟି ଆଡ଼େ ବୁଲି ଯାଇ ଫେରୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଘାଟିରେ କାର୍ଟି ଭାରସାମ୍ୟ ହରାଇ ଏକ ଗାର୍ଡୱାଲରେ ମାଡ଼ ହୋଇ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ଯାଇଛି I ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧିଥିବା ଯୋଗୁଁ ସେଫ୍ଟି ବେଲୁନ ବାହାରିବାରୁ କେହି ବି ବିଶେଷ ଗୁରୁତର ଆହତ ହୋଇନଥିବା ସୂଚନା ମିଳିଛି I ଦୁର୍ଘଟଣାସ୍ଥଳରେ ପୋଲିସ ଏସ୍ଆଇ କାମରାଜ ରେଡ୍ଡି ଏବଂ ଟିମ୍ ପହଞ୍ଚି ଦୁର୍ଘଟଣାର କାରଣ ଉପରେ ତଦନ୍ତ କରୁଛନ୍ତି I You Can Read : https://www.prameyanews7.com/satayabadi-odia-university-will-inagurated-by-cm-tomorrow/ The post ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା :
ଜି.ଉଦୟଗିରି ୨୩।୧: ଜି.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର୍ ନମ୍ବର ଓଡି୦୨ବିପି୯୮୫୯ ଦୁର୍ଘଟଣାଗସ୍ତ ହୋଇଛି I ଗ୍ରାମବାସୀଙ୍କ ଦ୍ୱାରା ଆହତ ୩ ଜଣଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି I କାର୍ ମାଲିକ ଅଭିଷେକ ଗିରି ନିଜେ କାର୍ ଚଳାଉଥିବା ବେଳେ ସାଥିରେ ସୁନୀଲ ପଟ୍ଟନାୟକ ଏବଂ ସାୟନ ମୁଖାର୍ଜି ଗାଡ଼ିରେ ବସିଥିଲେ I
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଓଡ଼ିଆ ଫିଲ୍ମ "ଅଦୃଶ୍ୟ"ର ସୁଟିଂ ଚାଲିଛି I ଯେଉଁଥିରେ ନାୟକ ଭୂମିକାରେ ଅଭିଷେକ ଗିରି ଓ ନାୟିକା ସାୟନ ମୁଖାର୍ଜୀ ଅଭିନୟ କରୁଥିବା ସୂଚନା ରହିଛି I ସକାଳୁ ସକାଳୁ ଶ୍ରୀକଲା ଘାଟି ଆଡ଼େ ବୁଲି ଯାଇ ଫେରୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଘାଟିରେ କାର୍ଟି ଭାରସାମ୍ୟ ହରାଇ ଏକ ଗାର୍ଡୱାଲରେ ମାଡ଼ ହୋଇ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ଯାଇଛି I ଡ୍ରାଇଭର ସିଟ୍ ବେଲ୍ଟ ପିନ୍ଧିଥିବା ଯୋଗୁଁ ସେଫ୍ଟି ବେଲୁନ ବାହାରିବାରୁ କେହି ବି ବିଶେଷ ଗୁରୁତର ଆହତ ହୋଇନଥିବା ସୂଚନା ମିଳିଛି I ଦୁର୍ଘଟଣାସ୍ଥଳରେ ପୋଲିସ ଏସ୍ଆଇ କାମରାଜ ରେଡ୍ଡି ଏବଂ ଟିମ୍ ପହଞ୍ଚି ଦୁର୍ଘଟଣାର କାରଣ ଉପରେ ତଦନ୍ତ କରୁଛନ୍ତି I
You Can Read :
The post ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା : ଶ୍ରୀକଲା ଘାଟିରେ ଗାର୍ଡଓ୍ବାଲକୁ ଧକ୍କା ଦେଇ ଓଲଟିଲା କାର୍ appeared first on Prameya News7.